Saturday, May 30, 2026
24.3 C
Odisha

    ବିଜେପି କ୍ଷମତାକୁ ଆସିଲେ ମାଛ ଖାଇବା ବନ୍ଦ : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

    ଆଗକୁ ପଢନ୍ତୁ

    ବିଜେପି ଆସିଲେ ମାଛ ଖାଇବା ବନ୍ଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ଼ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମାଛ ଖିଆଯାଏ ନାହିଁ । ଯଦି ବିଜେପି କ୍ଷମତାକୁ ଆସେ ତେବେ ଆପଣମାନେ ମାଛ କିମ୍ବା ଅଣ୍ଡା ମଧ୍ୟ ଖାଇପାରିବେ ନାହିଁ । ବିଜେପି କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ । ସେମାନେ କେବଳ ଦଙ୍ଗା କରାଇବାରେ ବିଶ୍ୱାସ କରନ୍ତି ।

    ଲୋକଙ୍କୁ ମାରି ଏବଂ ହିଂସା କରାଇ ସେମାନେ କ୍ଷମତାକୁ ଆସନ୍ତି । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମହିଳା ଏବଂ ଆଦିବାସୀଙ୍କ ଉପରେ ସବୁଠାରୁ ଅଧିକ ଆକ୍ରମଣ ହେଉଛି ବୋଲି ଅଭିଯୋଗ କରିଛନ୍ତି ମମତା । ଅନ୍ୟ ରାଜ୍ୟରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି । କିନ୍ତୁ ଆମେ ପଶ୍ଚିମବଙ୍ଗରେ କାହାରିକୁ ଶୋଷଣ କରୁନାହୁଁ । ମମତା ବାନାର୍ଜୀଙ୍କ ଏହି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବିଜେପି ଏହାକୁ କେବଳ ଏକ ନିର୍ବାଚନୀ ପ୍ରଚାର ବୋଲି କହି ପ୍ରତ୍ୟାଖ୍ୟାନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    86 %
    1.8kmh
    91 %
    Sat
    42 °
    Sun
    38 °
    Mon
    40 °
    Tue
    39 °
    Wed
    42 °

    ସମ୍ବନ୍ଧିତ