Thursday, July 9, 2026
26.7 C
Odisha

    ବିଡିଓଙ୍କ ଗାଡିକୁ ପଥର ମାଡ, ଥାନାରେ ଅଭିଯୋଗ

    ଆଗକୁ ପଢନ୍ତୁ

    ନୟାଗଡ  : ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ଗାଡିକୁ ପଥର ମାଡ କଲେ ଦୁର୍ବୃତ୍ତ ।  ପଥରମାଡରେ ଗାଡିର ଆଗ କାଚ ଭାଙ୍ଗିଛି ।  ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର୍ ଓ ବିଡିଓ  ।  ବିଡିଓ SIR କାର୍ଯ୍ଯ ତଦାରଖ କରିବା ପାଇଁ ନଛିପୁର ପଞ୍ଚାୟତକୁ ଯାଇଥିଲେ ।  ପରେ ନଛିପୁରରେ ଜଣେ ଅଗ୍ନିବିପନ୍ନଙ୍କୁ ସରପଞ୍ଚକ ସହ ମିଶି ସରକାରୀ ସାହାଯ୍ଯ ବଣ୍ଟନ କରି ଫେରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ହଠାତ୍ ଗାଡିକୁ ପଥର ମାଡ କରିଥିଲେ ।  ଗାଡି କାଚ ଭାଙ୍ଗି ପଥରଟି ବିଡିଓଙ୍କ ଗୋଡରେ ବାଜିଥିଲା ।  ଡ୍ରାଇଭର ଗାଡିଟିକୁ ରଖିଦେବାରୁ ସାମ୍ଭାବ୍ୟ ଦୁର୍ଘଟଣାରୁ ଉଭୟ ବର୍ତ୍ତିଯାଇଛନ୍ତି  । ବିଡିଓ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    81 %
    2kmh
    98 %
    Wed
    26 °
    Thu
    29 °
    Fri
    24 °
    Sat
    23 °
    Sun
    25 °

    ସମ୍ବନ୍ଧିତ