Saturday, October 3, 2026
29.5 C
Odisha

    ବିତ୍ତିିହୋତ୍ର ମହାନ୍ତିଙ୍କ ପରଲୋକ: ୨୦୦୬ରେ ଆସିଥିଲା ଦୁଷ୍କର୍ମ ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବିତ୍ତିିହୋତ୍ର ମହାନ୍ତିଙ୍କ ପରଲୋକ ହୋଇଛି । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କ୍ୟାନ୍‌ସରରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ବିତ୍ତିଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ଆସିଥିଲା। ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ବଳାତ୍କାର ଅଭିଯୋଗ ଆସିଥିଲା। ଏହି ଘଟଣାକୁ ନେଇ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ। ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା। ୭ ବର୍ଷ ଜେଲ ଏବଂ ୧୦ ହଜାର ଜରିମାନା କରିଥିଲେ କୋର୍ଟ। ପରେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର।ପାରୋଲ ଅବଧି ଶେଷ ପରେ ବି ଆଉ ଜେଲ୍‌କୁ ଫେରିନଥିଲେ
    ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡ଼ିଥିଲେ। ନିଜ ନାଁ ରାଘବ ରାଜନକୁ ବଦଳାଇ ଏକ ବ୍ୟାଙ୍କରେ ଚାକିରି କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ