Thursday, April 2, 2026
26 C
Odisha

    ବିଦେଶରେ ଚାକିରି ନାଁରେ ଠକେଇ, ୩ ମାଷ୍ଟରମାଇଣ୍ଡ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଦେଶରେ ଚାକିରି ନାଁରେ ଠକେଇ । ଇସ୍ରାଏଲରେ ଚାକିରୀ ଦେବାକୁ କହି ଠକେଇ । ଠକେଇରେ ସମ୍ପୃକ୍ତ ୩ ମାଷ୍ଟରମାଇଣ୍ଡ ଗିରଫ। ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଗତକାଲି ଚାଲିଥିଲା ହେଇ ଫେକ ନିଯୁକ୍ତି ମେଳା । ଦେଖନ୍ତୁ ହୋଟେଲ ଭିତରର ସେହି Exclusive ସିସିଟିଭି ।

    ନକଲି ଅଫର ଲେଟର ଓ ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଠକୁଥିଲେ। ଯେଉଁଠାରେ ଓଡ଼ିଆ ଯୁବକମାନଙ୍କୁ ଚାକିରୀ ପାଇଁ ଦେଢ଼ ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରି ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନେବାପାଇଁ କହିଥିଲେ। ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ