Thursday, October 1, 2026
23.8 C
Odisha

    ବିସିସିଆଇ ଜାରି କଲା ବାର୍ଷିକ ଚୁକ୍ତି ତାଲିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପକ୍ଷରୁ ଖେଳାଳିମାନଙ୍କର ବାର୍ଷିକ ଚୁକ୍ତି ତାଲିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଏଥର ୩୪ ଖେଳାଳିଙ୍କ ସହ ଚୁକ୍ତି କରିଛି। ଇଶାନ କିଷନ ଏବଂ ଶ୍ରେୟସ ଆୟାରଙ୍କୁ ତାଲିକାରେ ସାମିଲ କରାଯାଇଛି। ଗତ ବର୍ଷ ଏହି ଦୁଇ ଖେଳାଳିଙ୍କୁ ଚୁକ୍ତି ତାଲିକାରୁ ବାହାର କରି ଦିଆଯାଇଥିଲା। ଶ୍ରେୟସ ଆୟାରଙ୍କୁ ଗ୍ରେଡ-ବି ଏବଂ ଇଶାନ କିଷନଙ୍କୁ ଗ୍ରେଡ-ସି’ କାଟାଗୋରିରେ ସାମିଲ କରାଯାଇଛି। ଅଭିଷେକ ଶର୍ମା, ହର୍ଶିତ ରାଣା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଏବଂ ନିତିଶ ରେଡ୍ଡୀଙ୍କୁ ବି ଏଥର ଚୁକ୍ତି ମିଳିଛି। ଶାର୍ଦ୍ଦୁଳ ଠାକୁର, ଜିତେଶ ଶର୍ମା, କେ.ଏସ. ଭରତ, ଆଭେଶ ଖାନ ଏବଂ ଆର. ଅଶ୍ଵିନୀଙ୍କୁ ଚୁକ୍ତିରୁ ବାହାର କରିଦିଆଯାଇଛି।

    ଚୁକ୍ତି ତାଲିକାର ‘ଏ+’ କାଟାଗୋରିରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ରହିଛନ୍ତି। ସେହିପରି ଗ୍ରେଡ ‘ଏ’ରେ ମହମ୍ମଦ ସିରାଜ, କେ.ଏଲ. ରାହୁଲ, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରୁଷଭ ପନ୍ତ ଅଛନ୍ତି। ଗ୍ରେଡ ‘ବି’ରେ ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ, ଅକ୍ଷର ପଟେଳ, ଯଶଶ୍ଵୀ ଜୟସଓ୍ବାଲ, ଶ୍ରେୟସ ଆୟାର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ