Friday, July 31, 2026
24.2 C
Odisha

    ବିଦେଶରେ ପୁଣି ପାଳିତ ହେଲା ଅଦିନିଆ ରଥଯାତ୍ରା

    ଆଗକୁ ପଢନ୍ତୁ

    କଥା ମାନୁନି ଇସ୍କନ। ପୁଣି ବିଦେଶରେ ଅଦିନିଆ ରଥଯାତ୍ରା। ଜର୍ମାନୀର ୱିସ୍‌ବାଡେନରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ । ସେପଟେ ଆମେରିକାର ନ୍ୟୁୟର୍କ ସହରରେ ମଧ୍ୟ ରଥଯାତ୍ରା ପାଳନ କରିଛି । ତେବେ ଇସ୍କନ ପକ୍ଷରୁ ଏପରି ଅଦିନିଆ ରଥଯାତ୍ରାକୁ ନେଇ  ବିବାଦ ଦେଖାଦେଇଥିବା ବେଳେ ଏଥିରେ ରୋକ ଲାଗୁନି । ବିଶ୍ବର ବିଭିନ୍ନ ଜାଗାରେ ଏପରି ଅଦିନିଆ ରଥଯାତ୍ରା ପାଳନ କରାଯାଇଛି । ଖାଲି ନ୍ୟୁୟର୍କ ନୁହେଁ, ଏହାପୂର୍ବରୁ ଆମେରିକାର ବିଭିନ୍ନ ସହରରେ ଏପରି କରାଯାଇଛି । ଏହାସହ ଇଂଲଣ୍ଡର ଲଣ୍ଡନ, ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ,  ଅଷ୍ଟ୍ରେଲିଆର ସିଡନୀ ସହରରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ । ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ବିରୋଧ କରାଯାଉଛି । ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମଧ୍ୟ ଏନେଇ ଇସ୍କନକୁ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନକୁ କହି ସାରିଛନ୍ତି, ହେଲେ ଇସ୍କନ ମାନିବାକୁ ନାରାଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    95 %
    1.8kmh
    96 %
    Fri
    30 °
    Sat
    31 °
    Sun
    31 °
    Mon
    30 °
    Tue
    31 °

    ସମ୍ବନ୍ଧିତ