Thursday, October 8, 2026
24.4 C
Odisha

    ବିଦେଶିନୀ ସାଜିଲେ ଓଡିଆ ବୋହୂ

    ଆଗକୁ ପଢନ୍ତୁ

    ବାସୁଦେବପୁର  : ପ୍ରେମର ମୃତ୍ୟୁ ନାହିଁ, ସେ ଚିର ଅମର। ପ୍ରେମ ମାନେନାହିଁ ଜାତି ଅଜାତି ଅବା ବୟସର ତାରତମ୍ୟ। ଦୂରତା ବି ସଚ୍ଚା ପ୍ରେମକୁ ରୋକିପାରେ ନାହିଁ । ବିଦେଶୀ ଯୁବତୀଙ୍କ ସହ ଓଡ଼ିଆ ପୁଅର ୫ ବର୍ଷର ପ୍ରେମ ସଫଳ ହୋଇଛି। ମାଲଦୀପରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମର ଗାଁ କଲ୍ୟାଣ ମଣ୍ଡପରେ ହାତଗଣ୍ଠି ପଡିଛି। ବେଦୀର ହୋମ ନିଆଁ କୁ ସାକ୍ଷୀରଖି ସାରାଜୀବନ ସଫଳ ପ୍ରେମର ତାଜମହଲ ଗଢିବାକୁ ଶପଥ ନେଇଛନ୍ତି ବିଦେଶିନୀ ଯୁବତୀ ତମର ଓ ଓଡ଼ିଆ ପୁଅ ଶୁକଦେବ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁରେ ।

    ସେହି ଗାଁର ସନାତନ କମଳା ସେଠୀଙ୍କ ପୁଅ ଶୁକଦେବ ଉଚ୍ଚ ଶିକ୍ଷିତ ଯୁବକ। ମ୍ୟାନେଜମେଣ୍ଟ ପାଠ ସାରି ମାଲଦୀପରେ ଚାକିରୀ ପାଇଁ ଯାଇଥିଲେ। ସେଠାରେ ହୋଟେଲ ଶିଳ୍ପରେ ଚାକିରୀ କରୁଥିବା ବେକେ ଟୁରରେ ବୁଲିବାକୁ ଆସିଥିବା ୟୁରୋପର କ୍ରୋଏସିଆର ଯୁବତୀ ତମରା ସହିତ ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପ୍ରେମର ନିବିଡ଼ତା ମଧ୍ୟରେ ଉଭୟ ଜୀବନ ସାଥି ଭାବେ ରହିବାକୁ ନିଷ୍ପତି ନେଇଥିଲେ। ଭାରତୀୟ ସଂସ୍କୃତି ଆଉ ଓଡ଼ିଶାର ପରମ୍ପରା ଓ ଚଳଣି ସମ୍ପର୍କରେ ଶୁକଦେବ ତମରାକୁ ବୁଝାଇଥିଲା।

    ବିବାହର ବହୁ ପୂର୍ବରୁ ତମରକୁ ଗାଁକୁ ବୁଲାଇ ଆଣିଥିଲା ଶୁକଦେବ। ଓଡ଼ିଆ ପରିବାରର ଚଳନୀକୁ କିଛି କିଛି ବୁଝିବାକୁ ଚେଷ୍ଟା ତମରା। ଅନ୍ୟପଟେ ପୁଅ ସାଥିରେ ବିଦେଶୀ ଝିଅକୁ ଦେଖି ଖୁବ ଚିନ୍ତାରେ ପଡ଼ିଥିଲେ ପରିବାର। ଇତି ମଧ୍ୟରେ ୫ ବର୍ଷର ସୁକଦେବ ଆଉ ତମରାଙ୍କ ପ୍ରେମ ଖୁବ ନିବିଡ଼ ହୋଇଥିଲା। ପରିବାର କିନ୍ତୁ ପୁଅର ବିଦେଶୀ ଝିଅ ପ୍ରେମକୁ ବାରଣ କରିଆସିଥିଲେ। ତମରା ବିଦେଶରୁ ଭିଡ଼ିଓ କଲର ଭାବି ସ୍ୱାମୀଙ୍କ ପରିବାର ସହିତ ମନ ଜିନିବାକୁ ଚେଷ୍ଠାକରି ସଫଳ ହୋଇଥିଲା। ଶେଷରେ ପୁଅ ଝିଅଙ୍କ ପ୍ରେମକୁ ପରିବାର ସ୍ୱୀକୃତି ଦେଇଥିଲେ। ସୁଦୂର କ୍ରେଏସିଆରୁ ତମରା ଏକାକୀ ଦିଲ୍ଲୀରେ ପହଁଚିବା ପରେ ସୁକଦେବ ଭାରତର ବିଭିନ୍ନ ସ୍ଥାନ ବୁଲାଇ ଘରକୁ ଆଣିଥିଲା ତମରକୁ। ବିବାହର ଦିନ ଧାର୍ଯ୍ୟ ହେବା ପରେ ବାହାଘର ପାଇଁ ଉଭୟ ପ୍ରସ୍ତୁତ ହୋଇଥିଲେ।

    ଶୁକଦେବ ବାଜା, ରୋଷଣୀ ନେଇ ବର ସାଜି ବରଯାତ୍ରୀ ନେଇ ବିବାହ ମଣ୍ଡପକୁ ଯାଇଥିଲେ। ତମରା ବି  ହାତରେ ନାଲି ଚୁଡ଼ି ଶାଢ଼ୀ ପିନ୍ଧି ବେଦିରେ ବସିଥିଲେ। ପୂଜକଙ୍କ ମନ୍ତ୍ର ଧ୍ଵନି ମଧରେ ଗୁଡୁ ସ୍ଥିତ କଲ୍ୟାଣ ମଣ୍ଡପରେ ଉଭୟଙ୍କର ହାତ ଗଣ୍ଠି ପଡିଥିଲା। ଓଡ଼ିଆ ଯୁବକକୁ ବାହା ହୋଇ ତମରା ବେଶ ଖିସିଥିବା କହିଛନ୍ତି। ବିଦେଶିନୀ ଝିଅକୁ ବୋହୁ ଭାବରେ ପାଇ ଶୁକଦେବଙ୍କ ପରିବାର ବି ବେଶ ଖୁସି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ