Thursday, March 26, 2026
37 C
Odisha

    ବିଦେଶୀ ଜେଲରେ ୧୦,୧୫୨ ଭାରତୀୟ ବନ୍ଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୨୫ ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିବା ଭାରତ ସରକାର ପ୍ରକାଶ କରିଛନ୍ତି। କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ ବିଦେଶରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କଏଦୀଙ୍କ ସମେତ ଭାରତୀୟ କଏଦୀଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିଦେଶୀ ଜେଲରେ ବିଚାରାଧୀନ କଏଦୀଙ୍କ ସମେତ ୧୦,୧୫୨ ଜଣ ଭାରତୀୟ କଏଦୀ ଅଛନ୍ତି। ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା, ନିରାପତ୍ତା ଓ କଲ୍ୟାଣକୁ ସରକାର ଉଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି।ଶ୍ରୀ ସିଂହଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ଯେ ବିଭିନ୍ନ ଦେଶରେ ବହୁ ସଂଖ୍ୟକ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୟୁଏଇର ୨୫, ସାଉଦି ଆରବରେ ୧୧, ମାଲେସିଆରେ ୬, କୁଏତରେ ୩ ଏବଂ ଇଣ୍ଡୋନେସିଆ, କତର, ଆମେରିକା ଓ ୟେମେନର ଜଣେ ଲେଖାଏଁ ଅଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକମାନଙ୍କୁ ଭାରତ ସରକାର ସହାୟତା ପ୍ରଦାନ କରୁଛନ୍ତି, ଯେଉଁଥିରେ ସେମାନଙ୍କୁ ଆବେଦନ ଏବଂ କ୍ଷମା ଆବେଦନ କରିବା ଭଳି ଆଇନଗତ ପ୍ରତିକାର ଖୋଜିବାରେ ସାହାଯ୍ୟ କରାଯାଉଛି। ବିଦେଶୀ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନାଗରିକମାନଙ୍କୁ ବିଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିଥାନ୍ତି ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

    ଗତ ୫ ବର୍ଷ ମଧ୍ୟରେ ବିଦେଶରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଛନ୍ତି ଯେ ମାଲେସିଆ, କୁଏତ, କତର ଓ ସାଉଦି ଆରବରେ ଏଭଳି ଘଟଣା ଘଟିଛି। ୨୦୨୪ରେ କୁଏତ ଓ ସାଉଦି ଆରବରେ ୩ ଜଣ ଭାରତୀୟଙ୍କୁ ଫାଶୀ ଦିଆଯାଇଥିବା ବେଳେ ଜିମ୍ବାୱେରେ ଜଣେ ଭାରତୀୟଙ୍କୁ ଫାଶୀ ଦିଆଯାଇଥିଲା। ୨୦୨୩ରେ କୁଏତ ଓ ସାଉଦି ଆରବରେ ୫ ଜଣ ଭାରତୀୟଙ୍କୁ ଫାଶୀ ଦିଆଯାଇଥିବା ବେଳେ ମାଲେସିଆରେ ଜଣେ ଭାରତୀୟଙ୍କୁ ଫାଶୀ ଦିଆଯାଇଛି। ୟୁଏଇ ସମ୍ପର୍କରେ କୌଣସି ସରକାରୀ ତଥ୍ୟ ଉପଲବ୍ଧ ନ ଥିଲେ ମଧ୍ୟ ଅନୌପଚାରିକ ସୂଚନାରୁ ଜଣାପଡୁଛି ୨୦୨୦ରୁ ୨୦୨୪ ମଧ୍ୟରେ କୌଣସି ଭାରତୀୟଙ୍କୁ ଫାଶୀ ଦିଆଯାଇନାହିଁ ବୋଲି ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ