Sunday, October 11, 2026
23.6 C
Odisha

    ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ କଇଁଚିରେ ଚୁଟି କାଟିଲେ

    ଆଗକୁ ପଢନ୍ତୁ

    ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଏବେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ କଇଁଚିରେ ଚୁଟି କାଟି ତାଙ୍କ ସମ୍ମାନ ହାନି ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଅନୁସାରେ ଗତ ଶନିବାର ଦିନ ହୋଲି ଥିବାବେଳେ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ କବୁତି ଗ୍ରାମରେ ଥିବା ସ୍ବର୍ଗତଃ ଗୌତମ ଦାସଙ୍କ ପତ୍ନୀ ସଂଜୁଲତାଙ୍କ ପ୍ରତି ଏଭଳି ଅନ୍ୟାୟ ହୋଇଛି। ସ୍ବାମୀଙ୍କ ପରେ ସଂଜୁଲତା ବାପଘରେ ନିକଟରେ ଘରକରି ରହୁଥିଲେ।ମହିଳା କଷ୍ଟେମଷ୍ଟେ ନିଜକୁ ମୁକୁଳାଇ ଘରକୁ ଯାଇ ଭାଇଙ୍କୁ ଏବାବଦରେ ଅବଗତ କରାଇଥିଲେ। ଘଟଣା ନେଇ ଯେତେବେଳେ ସଂଜୁଲତାଙ୍କ ପରିବାର ଯାଇ ଲକ୍ଷ୍ମୀଧରଙ୍କୁ ଡାକିଥିଲେ ଏକଥାକୁ ସେ କର୍ଣ୍ଣପାତ କରିନଥିଲେ। ଗତକାଲି ସଂଜୁଲତା ମଧ୍ୟାହ୍ନ ସମୟରେ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସୋମବାର ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରତିକ୍ରିୟା ରଖିଛନ୍ତି।ଏପରିକି ପୁଲିସ ଜାଣି ଶୁଣି ଆପୋଷ ବୁଝାମଣା କରିବାକୁ ଉସକାଉଥିବାର ସେ ସ୍ପଷ୍ଟ ସୂଚନା ଦେଇଛନ୍ତି।

    ଘଟଣା ସମ୍ପର୍କରେ ଲକ୍ଷ୍ମୀଧରଙ୍କୁ ପଚାରିବାରୁ ସେ କହୁଛନ୍ତି ମୁଁ ସେଦିନ ଘରେ ନଥିଲି। କୌଣସି କାମ ପାଇଁ ବାହାରକୁ ଯାଇଥିଲି।ଏହା ମିଥ୍ୟା ବୋଲି କହିବା ସହିତ ତାଙ୍କ ଚୁଟି କିଏ କାଟିଛି ମୁଁ ଜାଣି ନାହିଁ ବୋଲି କହିଛନ୍ତି।ସେହିପରି ଖନ୍ତାପଡ଼ା ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଘଟଣା ବାବଦରେ ପଚାରିବାରୁ ସେ କହିଛନ୍ତି ସୋମବାର ସନ୍ଧ୍ୟାରେ ଆପୋଷ ବୁଝାମଣା ଅଛି । ତାସହିତ ଓଭୟ ପକ୍ଷରୁ ଅଭିଯୋଗ ହୋଇଛି।ତଦନ୍ତ ପରେ ଯାହାହେବ।

    ତେବେ ଜଣେ ବିଧବା ମହିଳାଙ୍କ ପ୍ରତି ଅସଦାଚାରଣ କରିବା ଏବଂ ଏଥିରେ ବିଫଳ ହେବାରୁ ତାଙ୍କ ଚୁଟି କାଟି ତାଙ୍କୁ ସଭ୍ୟ ସମାଜରେ ଅପମାନିତ କରାଯିବା ପରେ ମଧ୍ୟ ପୁଲିସ ପ୍ରଶାସନ ନିରବ ରହିବା ପୁଲିସ ପାରିବାର ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ