Monday, September 7, 2026
25.9 C
Odisha

    ବିଧାନସଭାରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ବିରୋଧୀଙ୍କ ଉପରେ କଲେ ପ୍ରହାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଧାନସଭାରେ ନିଜ ଅଭିଭାଷଣ ରଖି ବିଜୟ କହିଛନ୍ତି, ତାମିଲନାଡୁର ଜନତା ପୂର୍ବରୁ ଅନ୍ନା, ଏମ୍‌ଜିଆର୍‌ ଏବଂ ଏନ୍‌ଟିଆର୍‌ଙ୍କ ଭଳି ନେତାଙ୍କୁ ଜନାଦେଶ ଦେଇଛନ୍ତି । ଆଉ ଏବେ ସେହି ଜନସମର୍ଥନ ତାଙ୍କୁ ମଧ୍ୟ ମିଳିଛି । ମହିଳାଙ୍କ ପ୍ରସଙ୍ଗରେ ମଧ୍ୟ ବିଜୟ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ତାଙ୍କ ରାଜନୈତିକ ସଫଳତା ପଛରେ ମହିଳାମାନଙ୍କର ବଡ଼ ଭୂମିକା ରହିଛି । ତେଣୁ ମହିଳାଙ୍କ ବିରୋଧରେ କୌଣସି ପ୍ରକାରର ଅଭଦ୍ର କିମ୍ବା ଅପମାନଜନକ ଭାଷାକୁ ସେ ସହ୍ୟ କରିବେ ନାହିଁ ।

    ଏହାସହ ବିଜୟ DMK ବିରୋଧରେ ମଧ୍ୟ ଆଣିଛନ୍ତି ଗୁରୁତର ଅଭିଯୋଗ । TASMAC ମଦ ଦୋକାନକୁ ନେଇ ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ କରିଛନ୍ତି ବିଜୟ । ବିଜୟଙ୍କ ଅଭିଯୋଗ ଅନୁଯାୟୀ, ଏହି ଗୋଷ୍ଠୀକୁ ‘କରୁର ଗ୍ୟାଙ୍ଗ’ ବୋଲି କୁହାଯାଉଥିଲା ଏବଂ ଯୋଜନାବଦ୍ଧ ଭାବେ ଦୁର୍ନୀତି କରାଯାଉଥିଲା । ତେବେ ବିଜୟଙ୍କ ଏହି ଅଭିଯୋଗ ପରେ ତାମିଲନାଡୁ ରାଜନୀତି ଆହୁରି ସରଗରମ ହୋଇଛି । ଏହି ମାମଲାରେ DMK ପକ୍ଷରୁ କୌଣସି ତୁରନ୍ତ ପ୍ରତିକ୍ରିୟା ମିଳିଥିବା ସୂଚନା ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    1.3kmh
    8 %
    Mon
    27 °
    Tue
    31 °
    Wed
    32 °
    Thu
    28 °
    Fri
    31 °

    ସମ୍ବନ୍ଧିତ