Tuesday, October 6, 2026
31.6 C
Odisha

    ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଚାଲି ପାରିଲା ନାହିଁ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଓ ନାରାବାଜି ଦେଖିବାକୁ ମିଳିଥିଲା। ସାର କଳାବଜାରୀ ପ୍ରସଙ୍ଗ ନେଇ ପ୍ରଶ୍ନକାଳ ଆରମ୍ଭରୁ ଗୃହମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ହାତରେ ପ୍ଲାକାର୍ଡ ଧରି ବିଜେଡି ସଦସ୍ୟଙ୍କ ନାରାବାଜି କରିଥିଲେ ।

    ପ୍ରବଳ ହଟ୍ଟଗୋଳ ଯୋଗୁୁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ମାତ୍ର ୪ ମିନିଟ୍ ଚାଲିପାରିଲା ଗୃହକାର୍ଯ୍ୟ । ୬୦ ଭାଗ ଚାଷୀଙ୍କ ସମସ୍ୟା ରହିଛି। ପ୍ରଶ୍ନକାଳକୁ ବାତିଲ କରି ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସାର ସମସ୍ୟା ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ରାଜି ଥିଲେ।

    ତଥାପି ବିଜେଡି ଗୃହରେ ଅଚଳାବସ୍ଥା କରିଥିଲା ବୋଲି ବିଜେପି ଅଭିଯୋଗ କରିଛି। ସେହିପରି ଅପରାହ୍ଣ ଅଧିବେଶନରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିଜେଡି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି। ସେପଟେ ଅନାସ୍ଥା ବିଧାନସଭାରେ ବାଚସ୍ପତିଙ୍କ ବିଚାରକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରଚାର କରାଯାଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ବାଧୀକାର ନୋଟିସ ଆଣିଛନ୍ତି ବିଜେପି ବିଧାୟକ।..

    ପୁଣିଥରେ ଯେତେବେଳେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ମାତ୍ର ୫ ମିନିଟ୍ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଶନିବାର ୧୦ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।s

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ