Friday, October 2, 2026
22.9 C
Odisha

    ବିନା ଇଣ୍ଟେର୍ନେଟରେ ଚାଲିବ ୟୁଟୁବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁଟ୍ୟୁବର ବ୍ୟବହାର ବଢ଼ିବାରେ ଲାଗିଲାଣି। କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ପାଠପଢ଼ାରେ ମଧ୍ୟ ପିଲାମାନେ ୟୁଟ୍ୟୁବକୁ ବହୁତମାତ୍ରାରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ଏହାର ବ୍ୟବହାରକୁ ଅଧିକ ସହଜ କରିବା ଉଦ୍ଦେଶ୍ୟରେ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ଉପାୟ। ଯାହାଦ୍ୱାରା ବିନା ଇଣ୍ଟରନେଟରେ ମଧ୍ୟ ଆପଣମାନେ ୟୁଟ୍ୟୁବ୍ ଦେଖିପାରିବେ। ଆବଶ୍ୟକୀୟ ୟୁଟ୍ୟୁବ ଭିଡିଓକୁ ଏବେ ଏସଡିକାର୍ଡରେ ଡାଉନଲୋଡ୍ କରାଯାଇପାରିବ। କାରଣ ପୂର୍ବରୁ ଏ ସୁବିଧା ଉପଲବ୍ଧ ନ ଥିଲା। କିନ୍ତୁ ଏବେ ୟୁଟ୍ୟୁବ ଭିଡିଓକୁ ମୋବାଇଲ ଏସଡି କାର୍ଡରେ ଡାଉନଲୋଡ କରାଯାଇପାରିବ। ଯେମିତି ବିନା ଇଣ୍ଟରନେଟ୍ କନେକ୍ସନରେ ଭିଡିଓ ଦେଖିହେବ। କିଛି ଦେଶରେ ୟୁଟ୍ୟୁବ୍ ପ୍ରିମିୟମ ସବ୍ସ୍କ୍ରାଇବରଙ୍କ ପାଇଁ ଏ ସୁବିଧା ଉପଲବ୍ଧ ରହିଛି ।ଏ ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଫୋନରେ ଏସଡି କାର୍ଡ ସପୋର୍ଟ ଥିବା ନିହାତି ଆବଶ୍ୟକ। ଏସଡି କାର୍ଡକୁ ୟୁଟ୍ୟୁବ ଭିଡିଓ ଡାଉନଲୋଡ୍ କରିବା ପାଇଁ ଡିଫଲ୍ଟ ଷ୍ଟୋରେଜ ଲୋକେଶନ ବାହାର କରିବା ଲାଗି କିଛି ଷ୍ଟେପ୍ ଫଲୋ କରିବାକୁ ପଡ଼ିବ। ପ୍ରଥମେ ୟୁଟ୍ୟୁବରେ ନିଜର ପ୍ରୋଫାଇଲ ପିକଚର ଉପରେ ଟାପ୍ କରି ସେଟିଙ୍ଗକୁ ଯାଇ ସେଥିରେ ଥିବା ବ୍ୟାକଗ୍ରାଉଣ୍ଡ ଆଣ୍ଡ ଡାଉନଲୋଡ୍ସରେ କ୍ଲିକ କରନ୍ତୁ। ଏଠାରେ ଥିବା ୟୁଜ୍ ଏସଡି କାର୍ଡ ଅପଶନକୁ ଇନେବଲ କରିଦିଅନ୍ତୁ।ଏହାପରେ ଇଣ୍ଟରନାଲ ଷ୍ଟେରେଜକୁ ଯାଇ ଡାଉନଲୋଡ୍ ଭିଡିଓକୁ ଡିଲେଟ କରିବାକୁ ପଡ଼ିବ। ପରେ ସେଟିଙ୍ଗକୁ ଯାଇ ଭିଡିଓ ଷ୍ଟୋରେଜ୍ ଲୋକେଶନ୍ ଚେକ୍ କରି ଭିଡିଓକୁ ପୁଣିଥରେ ଡାଉନଲୋଡ କରନ୍ତୁ। ଏହାପରେ ଭିଡିଓ ସବୁ ଫୋନର ଇଣ୍ଟରନାଲ ଷ୍ଟୋରେଜରେ ନ ରହି ଏସଡି କାର୍ଡରେ ଷ୍ଟୋର ହୋଇ ରହିବ। ଡାଉନଲୋଡ୍ କରିବା ପୂର୍ବରୁ ଏସଡି କାର୍ଡରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି କି ନାହିଁ ତାହାକୁ ଭଲଭାବେ ଦେଖିଦିଅନ୍ତୁ। ଯଦି ସ୍ପେସ୍ ନ ଥିବ ତେବେ ଭିଡିଓ ଡାଉନଲୋଡ୍ ହୋଇପାରିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ