Friday, October 2, 2026
22.2 C
Odisha

    ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌

    ଆଗକୁ ପଢନ୍ତୁ

    ସାଲେପୁର  :  ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଆଜି ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ବହୁ ଯାତ୍ରୀ ଆହତ ହୋଇଛନ୍ତି। ୨୦ରୁ ଅଧିକ ଆହତ ୧୦ ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।

    ସୂଚନା ମୁତାବକ ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇଟି ବସ୍‌ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ। ତେବେ ପ୍ରତିଯୋଗିତା ମନୋଭାବ ଯୋଗୁ ଏହିଭଳି ଅବସ୍ଥା ଉପୁଜିଥିବା ଜଣାପଡ଼ିଛି। ଅର୍ଥାତ ଓଭର ଟେକ୍‌ ହିଁ ବିପଦର କାରଣ ସାଜିଛି। କୁହାଯାଉଛି,ମହାଲକ୍ଷ୍ମୀ ନାମକ ବସ୍‌ ପପୁ ବସ୍‌କୁ ହଠାତ ଓଭର ଟେକ୍‌ କରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍‌ ମାଲିକମାନଙ୍କର ସମୟ ଓ ଅଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଏବଂ ପ୍ରତିଯୋଗିତା ମନୋଭାବ ହିଁ ଏହି ଭଳି ଦୁର୍ଘଟଣାର କାରଣ ବୋଲି ଆହତ ଯାତ୍ରୀ କୁହନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ