Saturday, February 14, 2026
22.9 C
Odisha

    ବିମାନରେ ବୋମା ଅଛି… ଇଣ୍ଡିଗୋ ବିମାନ ଭିତରେ କାଗଜ ଖଣ୍ଡରେ ଲେଖାଥିଲା ଧମକପୂର୍ଣ୍ଣ ନୋଟ୍

    ଆଗକୁ ପଢନ୍ତୁ

    କୋଲକତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଣ୍ଡିଗୋ ବିମାନକୁ ବୋମା ଧମକ । କୋଲକାତା-ଶିଲଂ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନ (6E3074) ରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ଖେଳିଯାଇଛି ।

    ଇଣ୍ଡିଗୋ ବିମାନ 6E3074 ସକାଳ ୯ଟା ୧୫ ମିନିଟ୍ ରେ କୋଲକାତାରୁ ଶିଲଂ ଅଭିମୁଖେ ଯାତ୍ରା କରିବାର ଥିଲା । ଏହି ସମୟରେ, କ୍ରୁ ସଦସ୍ୟମାନେ ବିମାନର ଶୌଚାଳୟ ବଗିରେ ଏକ ସନ୍ଦେହଜନକ କାଗଜ ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ଲେଖାଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ପରବର୍ତ୍ତୀ ସମୟରେ ଇଣ୍ଡିଗୋ ବିମାନ ଯାଞ୍ଚ ଆରମ୍ଭ କରିଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇ ଚେକିଂ କାମ ଚାଲିଛି ।

    ଘଟଣା ସମ୍ପର୍କରେ କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, କୋଲକାତାରୁ ଶିଲଂ ଯାଉଥିବା ଇଣ୍ଡିଗୋ ବିମାନ 6E3074ରେ ବୋମା ଥିବା ଏକ କାଗଜ ଖଣ୍ଡରେ ଲେଖାଥିଲା । ଏହି ବିମାନଟି ସକାଳ ୯ଟା ୧୫ ମିନିଟ୍ ରେ କୋଲକାତା ବିମାନବନ୍ଦରରୁ ଉଡ଼ାଣ ଭରିବାର ଥିଲା । ବିମାନରେ ବୋମା ଖବର ଜଣାପଡିବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା ପରେ ବିମାନଟିକୁ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଛି ଏବଂ ଯାଞ୍ଚ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    30 %
    2kmh
    95 %
    Sat
    25 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ