Thursday, October 8, 2026
22.2 C
Odisha

    ବିରୂପା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଶନି ମନ୍ଦିରକୁ ଜଳାଭିଷେକ କରିବାକୁ ଯିବା ବେଳେ ଅଘଟଣ

    ଆଗକୁ ପଢନ୍ତୁ

    ସାଲେପୁର :  କଟକ ମାହାଙ୍ଗା ସ୍ଥିତ ବିରୂପା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ  । ମୃତକ ହେଲେ ସ୍ଥାନୀୟ କାଳିଅଣ୍ଟି ଗାଁର ପଦ୍ମଲୋଚନ ଜେନା ।  ଗୁଣୁପୁର ବିରୂପା ନଦୀ କୂଳରେ ଥିବା ଶନି ମନ୍ଦିରକୁ ଜଳାଭିଷେକ କରିବାକୁ  ସାଙ୍ଗ  ମୃତ୍ୟୁଞ୍ଜୟ ସେଠୀଙ୍କ  ସହ ଯାଇଥିଲେ ପଦ୍ମଲୋଚନ ।

    ନଦୀ ଆରପଟୁ ପାର ହୋଇ ଆସୁଥିବା ବେଳେ ହଠାତ ପାଣି ଭିତରକୁ ଧସି ହୋଇ ବୁଡ଼ିଗଲେ ପଦ୍ମଲୋଚନ  । ଜୀବନ ବିକଳରେ ସାଙ୍ଗରେ ଆସିଥିବା ମୃତ୍ୟୁଞ୍ଜୟ କୂଳକୁ ଆସି ସ୍ଥାନୀୟ ଲୋକେଙ୍କୁ ଡାକ ପକାଇବାରୁ ସ୍ଥାନୀୟ ଲୋକେ ନଦୀ ଭିତରୁ ପଦ୍ମଲୋଚନକୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାହାଙ୍ଗା ପୋଲିସ ଘଟଣସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ  ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ