Friday, April 24, 2026
41.9 C
Odisha

    ବିଲୁଆ ଆତଙ୍କ, ୨୦ରୁ ଊର୍ଦ୍ଧ୍ୱ ଆହତ

    ଆଗକୁ ପଢନ୍ତୁ

    ମାତିଛି ପାଗଳ ବିଲୁଆ, ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ। ଗଞ୍ଜାମ ଜିଲ୍ଲା ପୋଲସରା ବନାଂଚଳ ଅନ୍ତର୍ଗତ ହାତୀଓଟ ପଂଚାୟତରେ ପାଗଳ ବିଲୁଆ ଆତଙ୍କ ସୃଷ୍ଟି କରିଛି । ପାଗଳ ବିଲୁଆ କାମୁଡାରେ ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁର ପ୍ରାୟ କୋଡିଏରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ପାଗଳ ବିଲୁଆଟି ୩ଟି ଗାଁରେ ବୁଲିବୁଲି କାମୁଡିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହାତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି । ଆହତ ବ୍ୟକ୍ତି ମାନେ ପାଗଳ ବିଲୁଆକୁ କାବୁ କରିବା ସହ କ୍ଷତିପୂରଣ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି । ଅପରପକ୍ଷରେ ଗାଁ ଲୋକେ ବିଲୁଆ ଆକ୍ରମଣର ଶିକାର ହୋଉ ଥିବା ବେଳେ ବର୍ତ୍ତମାନ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ଏନେଇ ପୋଲସରା ବନାଞ୍ଚଳ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.9 ° C
    41.9 °
    41.9 °
    8 %
    3.9kmh
    49 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ