Saturday, April 11, 2026
30.4 C
Odisha

    ବିଶାଲ ଦଦଲାନୀ ଦୁର୍ଘଟଣାର ଶିକାର, ବାତିଲ କଲେ କନ୍‌ସର୍ଟ

    ଆଗକୁ ପଢନ୍ତୁ

    ମୁମ୍ବାଇ : ବଲିଉଡ଼ ସଙ୍ଗୀତ ନିର୍ଦେଶକ ବିଶାଲ ଦଦଲାନୀ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ହେବା କାରଣରୁ ପୁଣେରେ ହେବାକୁ ଥିବା ତାଙ୍କ ଶୋ’ ତାଙ୍କୁ ବାତିଲ କରିବାକୁ ପଡ଼ିଛି। ମାର୍ଚ୍ଚ ୨ରେ ଏହି ଶୋ’ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି। ଏହି କନସର୍ଟରେ ତାଙ୍କ ସହ ଶେଖର ରଭଜିଆନି ମଧ୍ୟ ସଙ୍ଗୀତ ପରିବେଷଣ କରିଥା’ନ୍ତେ।ବିଶାଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ପ୍ରଶଂସକଙ୍କୁ ଏନେଇ ସୂଚନା ଦେଇଛନ୍ତି। ତେବେ ସେ ତାଙ୍କ ଆଘାତ ସମ୍ପର୍କରେ କୌଣସି ବିଶେଷ ସୂଚନା ଦେଇନାହାନ୍ତି। ସେ ଲେଖିଛନ୍ତି, ‘‘ମୋର ଛୋଟ ଦୁର୍ଘଟଣା ହୋଇଯାଇଛି। ଖୁବଶୀଘ୍ର ମୁଁ ଫେରିବି। ମୁଁ ଆପଣ ସମସ୍ତଙ୍କୁ ଅପଡେଟ୍‌ ଦେଉଥିବି।’’ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ବିଶାଲଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

    କନସର୍ଟ ଆୟୋଜନ କରୁଥିବା ‘ଜଷ୍ଟ ଅର୍ବନ’ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି। ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ବିଶାଲ ଦଦଲାନୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏଥିସହ ଖୁବଶୀଘ୍ର ଏହି କନସର୍ଟ ତାରିଖ ପୁନଃ ସ୍ଥିର କରାଯିବ ବୋଲି ଆୟୋଜକମାନେ ଆଶ୍ୱାସନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ