Friday, October 16, 2026
23.1 C
Odisha

    ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଓଡ଼ିଆ ଛାତ୍ରୀ ହ୍ରୀଷିତା ହିମାଲିକାଙ୍କ ଚୟନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ଛାତ୍ରୀ ହ୍ରୀଷିତା ହିମାଲିକା ଊଚ୍ଚ ଶିକ୍ଷା ପାଇଁ ପ୍ରତିଷ୍ଠିତ ଇମ୍ପେରିଆଲ ବିଜନେସ୍ ସ୍କୁଲ୍(ଇମ୍ପେରିଆଲ କଲେଜ ଲଣ୍ଡନ) ଦ୍ୱାରା ଚୟନ ହୋଇଛନ୍ତି। ସେ ସେଠାରେ ଷ୍ଟ୍ରାଟେଜିକ୍ ମାର୍କେଟିଂରେ ଏମ୍.ଏସ୍.ସି.ରେ ଊଚ୍ଚ ଶିକ୍ଷା ଲାଭ କରିବେ। ଇମ୍ପେରିଆଲ କଲେଜ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ତରରେ ପୃଥିବୀରେ ଦ୍ୱିତୀୟ ସ୍ଥାନ ଲାଭ କରିଛି। ହ୍ରୀଷିତା ଇମ୍ପେରିଆଲ କଲେଜ ବ୍ୟତୀତ ଅନ୍ୟ ତିନୋଟି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଯଥା ଟ୍ରିନିଟି କଲେଜ, ୱାରୱିକ୍ ବିଶ୍ୱବିଦ୍ୟାଳୟ ଏବଂ ଏଡିନବର୍ଗ ବିଶ୍ୱବିଦ୍ୟାଳୟ ଦ୍ୱାରା ମଧ୍ୟ ଚୟନ ହୋଇଥିଲେ। ସେ ଗତ ବର୍ଷ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସ (LSE )ରେ ଶିକ୍ଷା ଲାଭ କରିଥିଲେ। ସେ ଜଣେ କୃତୀ ଛାତ୍ରୀ ଭାବେ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲରୁ ଦଶମ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ଦ୍ୱାଦଶ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବି.କମ (ସମ୍ମାନ) ଡିଗ୍ରୀ ଲାଭ କରିଛନ୍ତି।

    ତାଙ୍କର ଏହି ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ ଡ଼ଃ ଅଚ୍ୟୁତ ସାମନ୍ତ,ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ ପ୍ରଫେସର ବଳରାମ ପାଣି, ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଓ ଜାତୀୟ ସ୍ମାରକ ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ହ୍ରୀଷିତା ବାଙ୍କୀ, ଢଁସର ର ପ୍ରଫୁଲ୍ଲ କୁମାରୀ ରଥ ଓ ଆଦର୍ଶ ଶିକ୍ଷକ ସ୍ବର୍ଗତଃ ପ୍ରସନ୍ନ କୁମାର ରଥ, ଖୋର୍ଦ୍ଧା ବାସିନ୍ଦା ବିନୋଦିନୀ ରଥ ଓ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସ୍ବର୍ଗତଃ ବାନାମ୍ବର ରଥଙ୍କ ନାତୁଣୀ ଏବଂ କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ, ଦିଲ୍ଲୀରେ କାର୍ଯ୍ୟରତ ଭୁବନେଶ୍ୱର, ବାସୁଦେବନଗର ବାସିନ୍ଦା ଗଦାଧର ରଥ ଓ ବନାନୀ ରଥଙ୍କ ସୁପୁତ୍ରୀ ଅଟନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ