Sunday, September 13, 2026
28.7 C
Odisha

    ବିସିସିଆଇ କଥା ମାନିଲେ କୋହଲି-ରୋହିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ୨୦୨୪ ଦୁଲିପ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ ଏବଂ ରୋହିତ ଦୀର୍ଘ ଦିନ ଧରି ଘରୋଇ କ୍ରିକେଟ ଖେଳି ନାହାଁନ୍ତି। ଏହି ଦୁଇ ତାରକା ଖେଳାଳି ଘରୋଇ ଟୁର୍ନାମେଣ୍ଟରେ ଖେଳିବା ଆଶ୍ଚର୍ଯ୍ୟଜନକ।
    ଭାରତୀୟ କ୍ରିକେଟ ବୋର୍ଡ ଦୁଲିପ ଟ୍ରଫିର ଫର୍ମାଟରେ ବଡ଼ ପରିବର୍ତ୍ତନ କରିଛି। ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଜୋନାଲ ଫର୍ମାଟରେ ଖେଳାଯିବ ନାହିଁ। ଏଥିରେ କେବଳ ଚାରିଟି ଦଳ ରହିବେ। ଏହି ଦଳଗୁଡିକ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଇଣ୍ଡିଆ-ଏ, ଇଣ୍ଡିଆ-ବି, ଇଣ୍ଡିଆ-ସି ଏବଂ ଇଣ୍ଡିଆ-ଡି ନାମକ ଚାରୋଟି ଦଳ ଦୁଲିପ ଟ୍ରଫିରେ ଖେଳିବେ।
    ଦୁଲିପ ଟ୍ରଫି ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ତେବେ ପରବର୍ତ୍ତୀ ରାଉଣ୍ଡରୁ ରୋହିତ ଏବଂ ବିରାଟ ଏହି ଟୁର୍ନାମେଣ୍ଟ ଖେଳିପାରିବେ। ଦ୍ୱିତୀୟ ରାଉଣ୍ଡ ମ୍ୟାଚ ସେପ୍ଟେମ୍ବର ୧୨ରୁ ଖେଳାଯିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ମଧ୍ୟ ଦୁଲିପ ଟ୍ରଫିରେ ଖେଳାଯିବ। ଏହି ୨୬ ବର୍ଷୀୟ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ପ୍ରାୟ ଦେଢ ଼ ବର୍ଷ ଧରି ଟିମ ଇଣ୍ଡିଆର ଅଂଶ ହୋଇନାହାଁନ୍ତି। ଏହା ପରେ ବିସିସିଆଇ ଇଶାନ କିଶନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ସେ ଖେଳି ନ ଥିଲେ, ମାତ୍ର କିଛି ଦିନ ପରେ ଆଇପିଏଲ ପାଇଁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ