Monday, October 5, 2026
24.7 C
Odisha

    ବିହାରରେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଭୋଟିଂ, ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ

    ଆଗକୁ ପଢନ୍ତୁ

    ପାଟଣା  :   ବିହାର ବିଧାନସଭା ନିର୍ବାଚନ ପାଇଁ ବି ଚାଲିଛି ଭୋଟିଂ । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମୋଟ ୨୪୩ଟି ଆସନ ମଧ୍ୟରୁ ୧୨୨ଟି ଆସନରେ ହେଉଛି ମତଦାନ । ୧୩୦୨ ପ୍ରାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର । ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ ମହିଳା ପ୍ରାର୍ଥୀ ଅଛନ୍ତି । ମତଦାନ ସୁରୁଖୁରୁରେ ସାରିବାକୁ ପ୍ରସ୍ତୁତ ହୋଇଛି ୪୫ ହଜାର ୩୯୯ ବୁଥ । ଏଥିରୁ ୪୦ ହଜାର ୭୩ଟି ବୁଥ ଗ୍ରାମାଞ୍ଚଳରେ ରହିଛି । ମତଦାନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପ୍ରାୟ ୪ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛ ନ୍ତି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

    ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଯେଉଁ ଭୋଟରମାନେ ଧାଡ଼ିରେ ଥିବେ ସେମାନଙ୍କୁ ମତଦାନ ପାଇଁ ଅନୁମତି ମିଳିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ରାଜ୍ୟର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଲେଶି ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ବୋହୂ ଦୀପା ମାଂଝି, ସ୍ୱାଧୀନ ଭାବେ ଲଢୁଥିବା ରିତୁ ଜୟସ୍ୱାଲ, ବିଜେପି ବିଧାୟିକା ତଥା ଅନ୍ତର୍ଜାତୀୟ ଶୁଟର ଶ୍ରେୟଶୀ ସିଂଙ୍କ ଭଳି ବହୁ ହାଇପ୍ରୋଫାଇଲ ନେତାଙ୍କ ଆସନ ରହିଛି । ପ୍ରଥମ ପର୍ଯ୍ୟାୟରେ ବିହାରରେ ପ୍ରାୟ ୬୫% ମତଦାନ ହାର ରେକର୍ଡ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଆହୁରି ବଢିବ ବୋଲି ଆଶା ରହିଛି । ନଭେମ୍ବର ୧୪ ତାରିଖରେ ରାଜ୍ୟର ସମସ୍ତ୨୪୩ଟି ଆସନର ଫଳାଫଳ ଘୋଷଣା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ