Saturday, June 27, 2026
34.7 C
Odisha

    ବିହାରରେ ନିର୍ମାଣ ହେବ ମା’ ସୀତାଙ୍କ ଭବ୍ୟ ମନ୍ଦିର, ରାମ ମନ୍ଦିର ଭଳି ହେବ ଢ଼ାଞ୍ଚା

    ଆଗକୁ ପଢନ୍ତୁ

    ପାଟନା : ବିହାରରେ ନିର୍ମାଣ ହେବ ସୀତା ମା’ ଙ୍କ ଭବ୍ୟ ମନ୍ଦିର । ଏମିତି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମାତା ସୀତାଙ୍କ ଜନ୍ମସ୍ଥଳୀ ସୀତାମାଢ଼ିରେ ନିର୍ମାଣ ହେବ ଏହି ମନ୍ଦିର । ଅଯୋଧ୍ୟା ଢ଼ାଞ୍ଚାରେ ଏହି ଭବ୍ୟ ମନ୍ଦିର ନିର୍ମାଣ ହେବ । ଏଥିସହ ମନ୍ଦିର ନିକଟବର୍ତ୍ତି ଅଞ୍ଚଳରେ ମଧ୍ୟ ଅନେକ ଧାର୍ମିକ ଓ ସାଂସ୍କୃତିକ ସ୍ଥାନର ବିକାଶ କରାଯିବ ।

    ମନ୍ଦିରର ସମ୍ପୁର୍ଣ୍ଣ ଡିଜାଇନ ପ୍ରସ୍ତୁତ ସରିଛି । ପାରମ୍ପରିକ କଳା ଓ ସ୍ଥାପତ୍ୟ ଶୈଳୀରେ ମନ୍ଦିର ନିର୍ମାଣ କରାଯିବ । ଏହି ମନ୍ଦିର ନିର୍ମାଣ ଦ୍ବାରା ରାଜ୍ୟରେ . କେବଳ ଧାର୍ମିକ ବିକାଶ ଘଟିବ ନାହିଁ, ଏହା ଦ୍ବାରା ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଲୋକଙ୍କ ରୋଜଗାରେ ବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତୀ ନୀତିଶ କୁମାର କହିଛନ୍ତି । ମନ୍ଦିରର ଡିଜାଇନ ମଧ୍ୟ ସେୟାର କରିଛନ୍ତି ମୁଖ୍ୟମନ୍ତୀ ନୀତିଶ କୁମାର । ଖୁବ ଶୀଘ୍ର ମନ୍ଦିର ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ । ଟ୍ରଷ୍ଟ ଗଠନ ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.7 ° C
    34.7 °
    34.7 °
    45 %
    2kmh
    63 %
    Sat
    34 °
    Sun
    38 °
    Mon
    35 °
    Tue
    35 °
    Wed
    31 °

    ସମ୍ବନ୍ଧିତ