ବିହାର : ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଉପହାର ଦେଇଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ବଂୟ ସହାୟତା ଭତ୍ତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଅଧିନରେ ବିହାରର ସ୍ନାତକ ପାସ୍ କରି ବେକାର ଥିବା ୫ ଲକ୍ଷ ଯୁବକ ଏହାଦ୍ୱାରା ଉପକୃତ ହେବେ । କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର ଟଙ୍କା ପାଇବେ । ସେମାନଙ୍କୁ ମାଗଣା କୌଶଳ ତାଲିମ ମଧ୍ୟ ଦିଆଯିବ । ବୃତ୍ତିଗତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବିହାରରେ ଜନ ନାୟକ କର୍ପୁରୀ ଠାକୁର ସ୍କିଲ୍ ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି । ସେହିପରି ଆଜି ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାଦ୍ୱାରା ବିହାରର ସ୍ନାତକ ଛାତ୍ରମାନେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ପାଇବେ । ଏହି ଶିକ୍ଷା ଋଣ ବିହାରର ଉଚ୍ଚଶିକ୍ଷା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଏହି ଯୋଜନାରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଉପକୃତ ହୋଇସାରିଛନ୍ତି । ମୋଟ ୭ ହଜାର ୮୮୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “କିଛି ବର୍ଷ ପୂର୍ବେ, ଆମ ସରକାର ଆଇଟିଆଇ ଛାତ୍ରମାନଙ୍କ ପାଇଁ ମହାନ ସମାବର୍ତ୍ତନ ସମାରୋହର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ । ଆଜି ଆମେ ସମସ୍ତେ ଏହି ପରମ୍ପରାରେ ଆଉ ଏକ ମାଇଲଖୁଣ୍ଟ ଦେଖୁଛୁ । ମୁଁ ଭାରତର ପ୍ରତ୍ୟେକ କୋଣରୁ ସମସ୍ତ ଯୁବ ଆଇଟିଆଇ ସହକର୍ମୀଙ୍କୁ ମୋର ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । ଆଜିର ସମାରୋହ ଭାରତରେ ଦକ୍ଷତାକୁ ଦିଆଯାଇଥିବା ଗୁରୁତ୍ୱର ପ୍ରତୀକ । ଆଜି ସାରା ଦେଶରେ ଯୁବପିଢ଼ିଙ୍କ ପାଇଁ ଆଉ ଦୁଇଟି ପ୍ରମୁଖ ଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ଆରମ୍ଭ କରାଯାଇଛି ।” ଗତ ଦୁଇ ଦଶକ ମଧ୍ୟରେ ବିହାର ସରକାର ୫୦ ଲକ୍ଷ ଯୁବପିଢିଙ୍କୁ ରୋଜଗାର ମିଳିଛି । ଗତ କିଛି ବର୍ଷ ମଧ୍ୟରେ ବିହାର ଯୁବକଙ୍କୁ ପାଖାପାଖି ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ମଧ୍ୟ ମିଳିଛି ।