Saturday, March 28, 2026
38.2 C
Odisha

    ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶଙ୍କ ଘୋଷଣା: ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ

    ଆଗକୁ ପଢନ୍ତୁ

    ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ ବୋଲି ମଙ୍ଗଳବାର ନୀତୀଶ କୁମାରଙ୍କ ନେତୃତ୍ବାଧୀନ ସରକାର ଘୋଷଣା କରିଛନ୍ତି। ଏଥିସହ ସରକାର ମଧ୍ୟ ବିହାର ଯୁବ କମିସନ୍‌ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ୩୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବକୁ ଅନୁ ମୋଦନ ମିଳିଛି। ରାଜ୍ୟରେ ନିଯୁକ୍ତି ସ୍ଥିତିକୁ ନେଇ ବିରୋଧୀ ଦଳ ଲଗାତାର ଭାବେ ସରକାରଙ୍କୁ କଡ଼ା ସମାଲୋଚନା କରୁଥିବାବେଳେ ଏହି ସମୟରେ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ଏ ସଂକ୍ରାନ୍ତରେ ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଆପଣମାନଙ୍କୁ ଏହା ଖୁସିର ସହ ଜଣାଇବାକୁ ଚାହୁଛି ଯେ ବିହାରର ଯୁବକଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ, ସେମାନଙ୍କୁ ତାଲିମ ଦେବା ଏବଂ ଦକ୍ଷ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ବିହାର ଯୁବ କମିସନ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଘରୋଇ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ଯୁବକମାନଙ୍କୁ କିଭଳି ଗୁରୁତ୍ବ ମିଳିଛି ଏବଂ ଏ ଦିଗରେ ଅଧିକ ଫଳପ୍ରଦ ପଦକ୍ଷେପ କିଭଳି ନିଆଯାଇପାରିବ ସେ ସଂକ୍ରାନ୍ତରେ ଉକ୍ତ କମିସନ୍‌ ଯାଞ୍ଚ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ