Thursday, July 2, 2026
29.2 C
Odisha

    ବୁର୍ଲା ଭୀମସାରରେ ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

    ଆଗକୁ ପଢନ୍ତୁ

    ସମ୍ବଲପୁର : ମୋବାଇଲ ଲାଇଟ୍ ଲଗାଇ କ୍ୟାନ୍ସର ରୋଗୀଙ୍କୁ ଦିଆଗଲା କେମୋ । ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବିନା ସୂଚନାରେ କ୍ୟାନ୍ସର ୱାର୍ଡରେ ଲାଇନ୍ କାଟିଥିଲା ବିଦ୍ୟୁତ ବିଭାଗ । ଲାଇନ୍ କଟିଯିବା ପରେ ୩ ଘଣ୍ଟା ଅନ୍ଧାରରେ ରହିଥିଲେ କ୍ୟାନ୍ସର ରୋଗୀ । ଜରୁରୀ ପରିସ୍ଥିତିରେ ବାଧ୍ୟ ହୋଇ କିଛି ରୋଗୀଙ୍କୁ ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଇଥିଲା । କୌଣସି ସୂଚନା ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ କରେଣ୍ଟ କଟାଯାଇଥିଲା । ଫଳରେ ହନ୍ତସନ୍ତ ହୋଇଥିଲେ ରୋଗୀ ।ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବିଦ୍ୟୁତ କାଟ୍ ପରେ ଜେନେରେଟର ବି ଚାଲିନଥିଲା । ପୂର୍ବରୁ କିଛି ରୋଗୀଙ୍କ କେମୋ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଆଉ କିଛି ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା । ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଉଥିବାର ଭିଡିଓ ଭାଇରାଲ ହେଉଛି । ଭୀମସାର କର୍ତ୍ତୃପକ୍ଷ କହିଛନ୍ତି, ବିଦ୍ୟୁତ ବିଭାଗ କୌଣସି ସୂଚନା ନଦେଇ ଲାଇନ କାଟିଥିଲା । ଲାଇନ୍ କଟିବା ପରେ ଜେନେରେଟର ଚାଲିଲାନି ସେନେଇ ତଦନ୍ତ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    76 %
    2.5kmh
    100 %
    Thu
    28 °
    Fri
    29 °
    Sat
    28 °
    Sun
    25 °
    Mon
    25 °

    ସମ୍ବନ୍ଧିତ