Saturday, August 8, 2026
23.9 C
Odisha

    ବେଆଇନ ବାଲି ଗାଡ଼ି ଜବତ କରି ହଟହଟା, ଅଟକ ହେଲେ ୩ ମାଇନିଂ ଅଧିକାରୀ

    ଆଗକୁ ପଢନ୍ତୁ

    ଉଦଳା: ବାଲି ଟ୍ରାକ୍ଟର ଧରି ଥାନାରେ ଅଟକ ମାଇନିଂ ଅଧିକାରୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ସତ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଉଦଳାରେ । ଜିଲ୍ଲା ମାଇନିଂ ଅଧିକାରୀ ଅନାମ ଚରଣ ସିଂ ଏବଂ ଦୁଇ ଜଣ ଜୁନିଅର ମାଇନିଂ ଅଧିକାରୀ ଉଦଳା ସ୍ମଶାନ କାଳୀ ନିକଟରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାକୁ ଆଣିଥିଲେ । ହେଲେ ସେହି ଟ୍ରାକ୍ଟରକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯିବାକୁ କହିଲେ ଉପଜିଲ୍ଲାପାଳ । ପରେ ମାଇନିଂ ଅଧିକାରୀ ଟ୍ରାକ୍ଟରକୁ ନେଇ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ନିକଟକୁ ଯାଇଥିଲେ । ସେଠାରେ ବେଆଇନ ବାଲି ଗାଡି ଜବତ କରିବା ପରିବର୍ତ୍ତେ ଓଲଟା ଉପଜିଲ୍ଲାପାଳ ମାଇନିଂ ଅଧିକାରୀଙ୍କୁ ତାଗିଦ କରିଥିଲେ । ନ ଜଣାଇ ମୋ’ ଅଞ୍ଚଳରୁ କ’ଣ ପାଇଁ ଗାଡ଼ି ଜବତ କରୁଛ ବୋଲି ପ୍ରଶ୍ନ କରିବା ସହିତ ୩ ଅଧିକାରୀଙ୍କୁ ଥାନାରେ ଅଟକ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ । ଏବେ ଉଦଳା ଥାନାରେ ଜିଲ୍ଲା ମାଇନିଂ ଅଧିକାରୀଙ୍କ ସହିତ ଦୁଇ ଜୁନିଅର ମାଇନିଂ ଅଧିକାରୀ ଅଟକ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    90 %
    1.2kmh
    100 %
    Sat
    30 °
    Sun
    30 °
    Mon
    28 °
    Tue
    30 °
    Wed
    29 °

    ସମ୍ବନ୍ଧିତ