Thursday, March 26, 2026
24.3 C
Odisha

    ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ୮ଛାତ୍ର; ବୁଡ଼ିଗଲେ ୨ ଜଣ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲ୍ଲା ସରେଇ ବୈତରଣୀ ନଦୀର କେଶରୀ କୁଣ୍ଡରେ ଆଜି ଏକ ଅଘଟଣ ଘଟିଛି। ଏଠାରେ କିଛି ଛାତ୍ର ଉତ୍ସାହିତ ହୋଇ ଗାଧେlଉ ଥିବା ବେଳେ ସେଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଦ୍ବୟ ହେଲେ ନିତେଶ ପେlଦ୍ଦାର ଓ ପ୍ରୀତମ ମହାନ୍ତ। ମୣତକ ମଧ୍ୟରୁ ଜଣେ ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି।

    ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ସରେଇ ବୈତରଣୀ ନଦୀର କେଶରୀକୁଣ୍ଡକୁ ଆଜି ଅପରାହ୍ନରେ ଆଠ ଜଣ ଛାତ୍ର ସାଙ୍ଗହୋଇ ଗାଧେଇବାକୁ ଯାଇଥିଲେ। ସେମାନେ ଉତ୍ସାହିତ ହୋଇ ଗାଧୋଇବା ସମୟରେ ଅଘଟଣର ଶିକାର ହୋଇଥିଲେ। ଛାତ୍ରମାନଙ୍କ ମଧ୍ୟରୁ ନିତେଶ ଓ ପ୍ରୀତମଙ୍କ ସହିତ ତିନି ଜଣ ହଠାତ୍‌ ଭାସି ଯାଇଥିଲେ।

    ତେବେ ଅନ୍ୟମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଭାସି ଯାଇଥିଲେl ୫ଜଣଙ୍କର ଅପାର ଉଦ୍ୟମ ଯୋଗୁଁ ନିତେଶ ଓ ପ୍ରୀତମଙ୍କୁ ଉଦ୍ଧାର କରାଯାଇ ପାରିଥିଲା। ପରେ ଦୁଇ ଜଣଙ୍କୁ ଚମ୍ପୁଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ନିତେଶଙ୍କ ପରିବାର ଲେlକ ଡାକ୍ତରଖାନାରେ ପହଞ୍ଚି ଥଲେ। ଡାକ୍ତରଖାନା ପରିସରରେ ଶେlକାକୁଳ ପରିବେଶ ସୣଷ୍ଟି ହେଇଥିଲା। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ସୂଚନାଯୋଗ୍ୟ, ଛାତ୍ରମାନେ ଚମ୍ପୁଆର ଏକ ମେସ୍‌ରେ ରହି ପାଠ ପଢୁଥିଲେ। ଗରମରୁ ଆଶ୍ବସ୍ତି ପାଇବା ଏବଂ ନଦୀରେ ଗାଧୋଇ ମଜା ନେବା ପାଇଁ ଆଠ ଜଣ ଛାତ୍ର ସାଙ୍ଗ ହୋଇ ଗାଧେlଇବାକୁ ଯାଇ ଥିବା ବେଳେ ଅଘଟଣର ଶିକାର ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    57 %
    0.4kmh
    1 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ