Sunday, October 18, 2026
26.3 C
Odisha

    କିସ୍ ଜଗନ୍ନାଥ ମନ୍ଦିର ପରିସରରେ ସାମୂହିକ ବ୍ରତୋପନୟନ ଉତ୍ସବ, ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ୍ ଜଗନ୍ନାଥ ମନ୍ଦିରରେ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ସାମୂହିକ ବ୍ରତୋପନୟନ ଉତ୍ସବ। ସ୍ଥାନୀୟ କିସ୍ ଜଗନ୍ନାଥ ମନ୍ଦିରରେ ସୌର ବ୍ରାହ୍ମଣ ପରିଷଦ, ଓଡ଼ିଶା ପକ୍ଷରୁ ଭବ୍ୟ ‘ଗଣ ବ୍ରତୋପନୟନ’ କାର୍ଯ୍ୟକ୍ରମ ଅନୁଷ୍ଠିତ । କିସ୍ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହଯୋଗରେ ଆୟୋଜିତ ସାମୂହିକ ସଂସ୍କାର ଉତ୍ସବରେ ବହୁ ସଂଖ୍ୟାରେ ବଟୁ ବୈଦିକ ରୀତିନୀତି ଅନୁଯାୟୀ ଉପନୟନ ସଂସ୍କାରରେ ଦୀକ୍ଷିତ ହୋଇଛନ୍ତି। କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉତ୍ସବରେ ସାମିଲ୍ ହୋଇ ବ୍ରାହ୍ମଣ ପରିଷଦର ସଭାପତିଙ୍କ ସହ ଅନ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ସମାଜରେ ବୈଦିକ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ନୂତନ ପିଢ଼ିକୁ ଆଧ୍ୟାତ୍ମିକ ଶୃଙ୍ଖଳା ସହ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସୌର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତାମାନେ ଏହି ଅବସରରେ କହିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସୁବିଧା ସହଯୋଗ ପାଇଁ ସୌର ବ୍ରାହ୍ମଣ ପରିଷଦ କିସ୍ ଜଗନ୍ନାଥ ପରିଚାଳନା କମିଟିକୁ ଧନ୍ୟବାଦ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    82 %
    1.6kmh
    90 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ