Monday, June 22, 2026
37.1 C
Odisha

    ବୌଦ୍ଧରୁ ପୁରୁଣାକଟକ ରେଳଇଞ୍ଜିନ ପରୀକ୍ଷା

    ଆଗକୁ ପଢନ୍ତୁ

    ଚାରିଛକ: ବହୁଦିନର ପ୍ରତୀକ୍ଷାପରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡିଛି । ଏହା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଲୋକେ ଫଟୋ, ଭିଡିଓ ସହିତ ସେଲ୍‌ଫି ନେଇ ନିଜ ନିଜ ସୋସିଆଲ ମିଡ଼ିଆରେ ଛାଡିଥିବା ଦେଖିବାକୁ ମିଳିଛି । ଗତ ରବିବାର ବୌଦ୍ଧରୁ ବିରନରସିଂହପୁର ପର୍ଯ୍ୟନ୍ତ ରେଳ ଇଂଜିନ ଗଡିଥିଲା । ଦୁଇଦିନ ମଧ୍ୟରେ ହରଭଙ୍ଗା ବ୍ଲକରେ ରେଳ ଇଂଜିନ ଗଡିବା କାର୍ଯ୍ୟ ତ୍ୱରାନ୍ୱିତ ପରେ ଦୀର୍ଘ ୩୭ ବର୍ଷର ଅପେକ୍ଷା ପୂରଣ ହୋଇପାରିଛି । ବ୍ଲକର ଆଡ଼େଣିଗଡ଼ଠାରେ ଚାଲିଥିବା ୪.୧୮୫ କିମି ଲମ୍ୱର ସୁଡଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ହରଭଙ୍ଗା ବ୍ଲକ ସଦରମହକୁମାକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ । ସୁଡଙ୍ଗ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଥିବାରୁ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    5.5kmh
    90 %
    Mon
    37 °
    Tue
    33 °
    Wed
    40 °
    Thu
    39 °
    Fri
    34 °

    ସମ୍ବନ୍ଧିତ