ବ୍ରାଜିଲରେ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ବସ୍ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରେ ଅନେକ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ଜଣାପଡ଼ିଛି । ମୃତକ ଏବଂ ଆହତମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଦେବା ଲାଗି ସରକାର ପ୍ରସ୍ତୁତ ବୋଲି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି । ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା ବସ୍ ସାମ୍ନାକୁ ହଠାତ୍ ଚାଲିଆସିଥିଲା । ଯାହାପରେ ଟ୍ରକ ଓ ବସ୍ ଧକ୍କା ହେବା କାରଣରୁ ବଡ଼ ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀରେ ଭରି ରହିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣାସ୍ଥଳରେ ହିଁ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବସଟି ସାଓ ପାଉଲୋରୁ ଷ୍ଟେଟ୍ ଅଫ୍ ବହିଆ ଅଭିମୁଖେ ଯାତ୍ରା କରୁଥିଲା ।