Sunday, October 4, 2026
30.6 C
Odisha

    ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ବସ୍ତି, ନିର୍ଦ୍ଦୋଷରେ ଖଲାସ କଲେ କୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ବସ୍ତି । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ସହ ସହ-ଅଭିଯୁକ୍ତ ବିନୋଦ ତୋମରଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଛନ୍ତି । ୨୦୨୩ ମସିହାରେ ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ଅନ୍ୟ କେତେକ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ ନିର୍ଯାତନା ଏବଂ ଅପରାଧିକ ଧମକ ଦେବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ।

    ଶୁଣାଣି ସମୟରେ କୈସରଗଞ୍ଜର ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଏବଂ ପୂର୍ବତନ କୁସ୍ତି ମହାସଂଘ ସଚିବ ବିନୋଦ ତୋମର କୋର୍ଟରେ ଉପସ୍ଥିତ ଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶେଷ ହେବା ପରେ କୋର୍ଟ ୨ ଜୁଲାଇ, ୨୦୨୬ରେ ତାଙ୍କର ରାୟ ସଂରକ୍ଷିତ ରଖିଥିଲେ ।

    ଜାନୁଆରୀ ୨୦୨୩ରେ ମାମଲାଟି ସାମ୍ନାକୁ ଆସିଥିଲା । ବ୍ରଜଭୂଷଣ ୨୦ ଜୁଲାଇ, ୨୦୨୩ ଠାରୁ ନିୟମିତ ଜାମିନରେ ଥିଲେ । ୧୦ ମେ ୨୦୨୪ରେ, କୋର୍ଟ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଆଧାରରେ ଚାର୍ଜ ଫ୍ରେମ୍ କରିଥିଲେ, ଏହା ପରେ ବିଚାର ଆରମ୍ଭ ହୋଇଥିଲା । ସେବେଠାରୁ ମୋଟ ୧୨୭ଟି ଶୁଣାଣି ହୋଇଛି । ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଶ୍ୱନୀ ପନୱାର ରାୟ ପ୍ରଦାନ କରିଛନ୍ତି ।

    କୋର୍ଟଙ୍କ ରାୟ ଆସିବା ପରେ ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଯେଉଁଦିନ ମୋ ଉପରେ ଏହି ଅଭିଯୋଗ ଆସିଥିଲା, ସେହିଦିନ ମୁଁ କହିଥିଲି ଯେ, ଯଦି ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ମୁଁ ଖୁସିରେ ଫାଶୀରେ ଝୁଲିପଡ଼ିବି । ଆଜି କୋର୍ଟ ମୋତେ ସମ୍ମାନର ସହ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ