Saturday, October 10, 2026
24.4 C
Odisha

    ‘ବ୍ରିଟେନ୍ସ ଗଟ୍‌ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ର ଗ୍ରାଣ୍ଡ ଫଇନାଲରେ ଭାରତର ୯ ବର୍ଷୀୟା ବିନିତା ଛେତ୍ରୀ ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ନିଜର ଛାପ ଛାଡ଼ିଛନ୍ତି। ବିନିତା ମଞ୍ଚରେ ତାଙ୍କ ନୃତ୍ୟ ଦ୍ୱାରା କେବଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିନାହାନ୍ତି, ବରଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ନାଁକୁ ଉଜ୍ଜ୍ବଳ କରିଛନ୍ତି। ଏହି ଅନ୍ତର୍ଜାତୀୟ ଶୋ’ରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଏବେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

    ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଏହି ଛୋଟ କଳାକାରଙ୍କୁ ପ୍ରଶଂସା କରି ସାମାଜିକ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ସେ ଲେଖିଛନ୍ତି, ବିନିତା ବ୍ରହ୍ମପୁତ୍ରଠାରୁ ଥେମ୍ସ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏକ୍ସରେ ଶେୟାର କରାଯାଇଥିବା ଏହି ଭିଡିଓରେ ବିନିତାଙ୍କୁ ଫାଇନାଲରେ ତାଙ୍କ ସହ-ପ୍ରତିଯୋଗୀମାନଙ୍କ ସହ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ବିନିତା ଛେତ୍ରୀ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ’ ଇତିହାସରେ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ପ୍ରତିଯୋଗୀ ପାଲଟିଛନ୍ତି। ଫାଇନାଲରେ ବ୍ରିଟିଶ ଯାଦୁକର ହ୍ୟାରି ମୋଲ୍ଡିଙ୍ଗ୍‌ ଫାଇନାଲରେ ବିଜୟୀ ହୋଇଥିବାବେଳେ ଏଲଇଡି ଡାନ୍ସ ଗ୍ରୁପ୍‌ ‘ଦି ବ୍ଲାକଆଉଟ୍ସ’ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବିନିତା ଶୋ’ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ