Friday, October 9, 2026
21.5 C
Odisha

    ବ୍ରେକ୍ ଫେଲ୍ ହୋଇ ଘାଟିରେ ଓଲଟିଲା ବସ୍

    ଆଗକୁ ପଢନ୍ତୁ

    ଭଞ୍ଜନଗର   : କଳିଙ୍ଗା ଘାଟିରେ ଓଲଟିଲା ବସ । ଆଜି ଭୋର ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 15ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ଭଞ୍ଜନଗର ଓ ଜି. ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବସଟି ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ବ୍ରେକ୍ ଫେଲ ଯୋଗୁଁ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି । ତେବେ ବସରେ 20ରୁ ଅଧିକ ଯାତ୍ରୀ ଥିବା ବେଳେ ଅଗ୍ନିଶମ ବାହିନୀ ଦ୍ବାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

    ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟି ପ୍ରାୟ ଦୁଇମାସ ଗମନାଗମନ ବନ୍ଦ ରହିବା ପରେ ଗତ ସପ୍ତାହରେ ଚାରି ଚକିଆ ଯାନ ଏବଂ ଦୁଇ ଚକିଆ ଯାନ ଯାତାୟାତ ପାଇଁ ଅନୁମତି ମିଳିଥିଲା। ବସ୍‌ ଟ୍ରକ୍‌ ଯାତାୟାତ ପାଇଁ ଅନୁମତି ମିଳୁ ନ ଥିଲା। କିନ୍ତୁ ଗୁରୁବାର ରାତିରେ ବୁର୍ଲାରୁ ଶ୍ରୀରାମ ବସ୍‌ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୨୫ ଜଣ ଯାତ୍ରୀ ନେଇ ଆସୁଥିବା ଜଣା ପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    91 %
    1.3kmh
    1 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ