Saturday, October 10, 2026
24.4 C
Odisha

    ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ ପ୍ରତକ୍ଷ୍ୟ ଭାବେ ନହେଲେ ବି ପରୋକ୍ଷାରେ ବର୍ଷିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ପର୍ଯ୍ୟଟନ ଟଙ୍କା ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା। ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲା। ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବଢାଇବା ପାଇଁ ପର୍ଯ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା। କିନ୍ତୁ ଆମ ସରକାରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ କି କରିବୁ ନାହିଁ।
    ଶ୍ରୀମତୀ ପରିଡ଼ା କହିଛନ୍ତି, ପୂର୍ବ ସରକାରରେ ଶାଗ ମାଛ ଦରରେ ପର୍ଯ୍ୟଟନର ବହୁ ସ୍ଥାନକୁ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି। କାହାକୁ ୪୦ ବର୍ଷ, କାହାକୁ ୮୦ ବର୍ଷ ଦିଆଯାଇଛି। ଲିଗାଲ ଅସୁବିଧା ଆସିକି ପହଞ୍ଚିଛି। କିନ୍ତୁ ତଥାପି ଏବେ ବି ପ୍ରାଇମ ଲୋକେସନରେ ଥିବା ସାଇଟ୍‌କୁ ଆହୁରି ନିବେଶକମାନଙ୍କୁ ଦିଆଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
    ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କାଉଣ୍ଟର ଜବାବ ରଖିଲେ ବିଜେଡି ବିଧାୟକ ସାରଦା ଜେନା। ପର୍ଯ୍ୟଟନ କ୍ଷେତ୍ରରେ ଯାହା ବିକାଶ ହୋଇଛି ବିଜେଡି ସରକାର ସମୟରେ ହୋଇଛି। ବର୍ତ୍ତମାନ ସରକାର ବଦଳିବା ପରେ ଯେଉଁ କାର୍ଯ୍ୟ କରିପାରୁ ନାହାନ୍ତି ପୂର୍ବ ସରକାରକୁ ଦୋଷ ଦେଉଛନ୍ତି। ଏବେ ସରକାର ତାଙ୍କର ବ୍ୟବସ୍ଥା ତାଙ୍କର। କିନ୍ତୁ ଏ ସରକାର ଯେଉଁଠି ଯାହା କରି ପାରୁନାହାଁନ୍ତି ରାଜନୈତିକ ଅଭିସନ୍ଧି ରଖି ବୟାନବାଜି କରୁଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ