Saturday, October 3, 2026
23.6 C
Odisha

    ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଭୋଗରାଇ   : ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩ ଜଣ ଲୁଟେରା ଲୁଟ କରିବାକୁ ଆସି ଜଣେ କାବୁ ହୋଇଥିଲାବେଳେ ୨ ଜଣ ଚମ୍ପଟ ମାରିଛନ୍ତି । କାବୁ ହୋଇଥିବା ଲୁଟେରା ଜଣକୁ ଉତ୍ତମ ମଧ୍ୟମ ଦେଇ ଥାନରେ ଜିମା ଦେଇଛନ୍ତି ଗ୍ରାମବାସୀ ।

    ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ନହରା ଛକରେ ଶାନ୍ତନୁ ଜେନାଙ୍କ ଜନସେବା କେନ୍ଦ୍ର ସହ ପିଏନବିର ଏକ ଶାଖା ବ୍ୟାଙ୍କ ରହିଛି। ଶାନ୍ତନୁ ଗତକାଲି ରାତି ୯ ସମୟରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲା ବେଳେ ବିଳମ୍ବିତ ରାତିରେ ୩ ଜଣ ଲୁଟେରା ତାଙ୍କ ଶାଖା ସଟର ତାଡି ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଗାଁର କିଛି ଲୋକେ ଦେଖି ସେମାନଂକୁ ଧରିବା ପାଇଁ ଚେଷ୍ଟା କରିଥିଲା ବେଳେ ୨ ଜଣ ଚମ୍ପଟ ମାରିଥିଲା ବେଳେ ଜଣେ ଧରା ପଡିଯାଇଥିଲେ। ଯୁବକ ଜଣକୁ ଗାଁ ଲୋକେ ଗଣ ଧୂଲେଇ ଦେଇ କମର୍ଦା ଥାନାରେ ଜିମା ଦେଇଛନ୍ତି।
    ଏହି ଘଟଣାକୁ ନେଇ ଗାଁ ଲୋକେ ଜନସେବା ମୁଖ୍ୟ ଶାନ୍ତନୁଙ୍କୁ ଖବର ଦେବାପରେ ଶାନ୍ତନୁ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଜିନିଷକୁ ନେଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛି l ଧରାପଡ଼ିଥିବା ଯୁବକ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲ୍ଲା ବୋଲି ଜଣାଯାଇଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ