Friday, March 20, 2026
21.4 C
Odisha

    ଭଦ୍ରକ ଗୋମାଫିଆ ଶେଖ୍ ରାଜନ ଘରେ ଚଢ଼ାଉ; ନଗଦ ଟଙ୍କା ଓ ଗହଣା ଜବତ

    ଆଗକୁ ପଢନ୍ତୁ

    ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର  ଗୋ ମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢ଼ାଉ। ଘରୁ ଜବତ ହେଲା ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା। ଶେଖ୍ ରାଜନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି। ତା ଜରିଆରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହୋଇଥାଏ। ଭଦ୍ରକର ପୁରୁଣା ବଜାର ଅଞ୍ଚଳର ଗୋ ମାଫିଆ ଶେଖ୍ ରାଜନ ଘରେ ଚଢ଼ାଉ। ନଗଦ ୭୦ ଲକ୍ଷ ଟଙ୍କା ଜବତ।  ଭଦ୍ରକ  ଓ କେନ୍ଦୁଝର ପୁଲିସର ମିଳିତ ଚଢ଼ାଉ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ ଆରମ୍ଭ କରାଯାଇଥିଲା। ଭଦ୍ରକ ପୁରୁଣା ବଜାର ଅଞ୍ଚଳର ମୁଲ୍ଲା ସାହିରେ ରହୁଥିବା ରାଜନର ଘର ଉପରେ ଅଚାନକ ପୁଲିସ ଚଢ଼ାଉ କରିଥିଲା।  ଭଦ୍ରକ ଅଞ୍ଚଳର ଏହି ଗୋରୁ ମାଫିଆର ଚୋରା ଗୋ ଚାଲାଣ ଚେର ସାରା ଓଡ଼ିଶା ଭିତରେ ରହୁଥିବା ବେକେ ଅଧିକାଂଶ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା।  ଭଦ୍ରକର  ଗୋ ମାଫିଆ ରାଜନ୍ ର ଏହି କଳା କାରବାର ଉପରେ ପୁଲିସର ନଜର ବହୁଦିନ ଆଗରୁ ଥିଲା। ଭଦ୍ରକ ଏସ ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ  ଏହି ଚଢାଉ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    60 %
    0.9kmh
    100 %
    Fri
    33 °
    Sat
    33 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ