୨୭ ଏପ୍ରିଲ ୨୦୨୬ରେ ଅର୍ଥାତ ଆଜି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ରରୁ ପ୍ରସ୍ଥାନ କରି ଭରଣୀ ନକ୍ଷତ୍ରରେ ପ୍ରବେଶ କରିବେ । ଶୁକ୍ରଙ୍କ ଦ୍ୱାରା ଶାସିତ ଏହି ନକ୍ଷତ୍ରରେ ସୂର୍ଯ୍ୟଙ୍କ ଆଗମନକୁ ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏହି ଗୋଚର କିଛି ରାଶି ପାଇଁ ଲାଭଦାୟକ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଲୋକମାନେ ଭାଗ୍ୟବାନ ଏବଂ କେଉଁମାନେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପାଇବେ ।
ମେଷ:
ସୂର୍ଯ୍ୟଙ୍କ ନକ୍ଷତ୍ରର ଏହି ପରିବର୍ତ୍ତନ ମେଷ ରାଶି ପାଇଁ ଏକ ବରଦାନ । ଆପଣଙ୍କର ଦକ୍ଷତା ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା କରାଯିବ । ଅଟକି ରହିଥିବା ଟଙ୍କା ଫେରି ପାଇପାରେ । ଯଦି ଆପଣ ଏକ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ସଠିକ୍ ସମୟ ।
ମିଥୁନ:
ସୂର୍ଯ୍ୟ ଏବଂ ଶୁକ୍ରଙ୍କ ଏହି ନକ୍ଷତ୍ର ଆପଣଙ୍କର ସୁବିଧା ଓ ସହଯୋଗରେ ବିସ୍ତାର କରିବ । ସେୟାର ବଜାର କିମ୍ବା ସମ୍ପତ୍ତିରେ ପୁରୁଣା ନିବେଶ ଏବେ ଲାଭ ଦେବା ଆରମ୍ଭ କରିବ । ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ବୃଦ୍ଧି ପାଇବ । ଏଥିସହ ଆପଣଙ୍କ ଦିନଗୁଡିକ ବହୁତ୍ ଭଲରେ ଭଲରେ କଟିବ ।
ସିଂହ:
ସୂର୍ଯ୍ୟ ଆପଣଙ୍କ ରାଶିକୁ ନିୟନ୍ତ୍ରଣ କରୁଥିବାରୁ, ଭରଣୀ ନକ୍ଷତ୍ରରେ ତାଙ୍କର ପ୍ରବେଶ ଆପଣଙ୍କ ବ୍ୟକ୍ତିତ୍ୱକୁ ବୃଦ୍ଧି କରିବ । ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ସରକାରୀ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅଧିକ ଦାୟିତ୍ୱ କିମ୍ବା ପଦୋନ୍ନତି ପାଇପାରନ୍ତି ।
ଧନୁ:
ଏହି ସମୟ ଧନୁ ରାଶି ପାଇଁ ବହୁତ ବୃଦ୍ଧିର ସମୟ ପ୍ରମାଣିତ ହେବ । ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିବ । ବ୍ୟବସାୟିକ ଯାତ୍ରାରେ ଭଲ ଟଙ୍କା ପାଇପାରିବେ । ଅପବ୍ୟୟ ଖର୍ଚ୍ଚକୁ ନିୟନ୍ତ୍ରଣ କରାବେ ଏବଂ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଯଗିରଖି ଚଳନ୍ତୁ ଦିନ ଗୁଡିକ ଭଲରେ କଟିବ ।
