Sunday, October 4, 2026
24.6 C
Odisha

    ଭଲ ନିଦ ପାଇଁ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଅନିଦ୍ରା ବା ନିଦ ନ ଆସିବା ସମସ୍ୟା ଆଜିକାଲି ଅନେକ ଲୋକଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି। ଚାପ, ଅତ୍ୟଧିକ ମୋବାଇଲ ବ୍ୟବହାର କିମ୍ବା ଅନିୟମିତ ଜୀବନଶୈଳୀ ଯୋଗୁଁ ଅନେକେ ରାତିରେ ଶାନ୍ତିପୂର୍ଣ୍ଣ ନିଦ ପାଇପାରୁ ନାହାନ୍ତି। ଏହାକୁ ଦୂର କରିବା ପାଇଁ ଆପଣ ଔଷଧ ବିନା ଘରୋଇ ଉପାୟ ଆପଣାଇ ଶୁଖ ନିଦ ପାଇପାରିବେ। ଆୟୁର୍ବେଦ ଓ ପୁଷ୍ଟିବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି ଯେ ରାତିରେ ଶୋଇବା ପୂର୍ବରୁ ଦୁଧରେ ଏହି ୩ଟି ଜିନିଷ ମିଶାଇ ପିଇଲେ ଆପଣଙ୍କୁ ସୁକୁନର ନିଦ ମିଳିପାରିବ। ଆସନ୍ତୁ ଜାଣିବା ଏହି ୩ଟି ଜିନିଷ କ’ଣ ଏବଂ କେମିତି ଏହା ଆପଣଙ୍କୁ ସାହାଯ୍ୟ କରିବ।

    ଦୁଧରେ ମିଶାଇ ପିଅନ୍ତୁ ଏହି ୩ଟି ଜିନିଷ:

    ହଳଦୀ (Turmeric) : ହଳଦୀରେ ଥିବା କର୍କୁମିନ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀରକୁ ଶାନ୍ତ କରିଥାଏ। ଏକ ଗ୍ଲାସ ଗରମ ଦୁଧରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପିଇଲେ ମାନସିକ ଚାପ ହ୍ରାସ ହୁଏ ଏବଂ ନିଦ ଭଲ ହୁଏ। ଏହାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଏକ ଚିମୁଟ ଗୋଲମରିଚ ମିଶାଇ ପାରନ୍ତି, ଯାହା ହଳଦୀର ଶୋଷଣ କ୍ଷମତାକୁ ବଢ଼ାଇଥାଏ।

    ଅଶ୍ୱଗନ୍ଧା (Ashwagandha) : ଅଶ୍ୱଗନ୍ଧା ଏକ ଆୟୁର୍ବେଦୀୟ ଔଷଧୀୟ ଗୁଣଯୁକ୍ତ ଜଡ଼ିବୁଟି, ଯାହା ଷ୍ଟ୍ରେସ ଓ ଉଦ୍‌ବେଗ ହ୍ରାସ କରି ମନକୁ ଶାନ୍ତ କରେ। ଏକ ଗ୍ଲାସ ଗରମ ଦୁଧରେ ଅଧା ଚାମଚ ଅଶ୍ୱଗନ୍ଧା ପାଉଡର ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହା ଶରୀରରେ କର୍ଟିସଲ ହରମୋନର ସ୍ତରକୁ ହ୍ରାସ କରି ଗଭୀର ନିଦକୁ ପ୍ରୋତ୍ସାହନ ଦେଇଥାଏ। ତେବେ, ଅଶ୍ୱଗନ୍ଧା ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

    ଜାଇଫଳ (Nutmeg) : ଜାଇଫଳରେ ମାଇରିଷ୍ଟିସିନ (Myristicin) ନାମକ ଯୌଗିକ ରହିଛି, ଯାହା ନିଦକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଏକ ଗ୍ଲାସ ଗରମ ଦୁଧରେ ଏକ ଚିମୁଟ ଜାଇଫଳ ପାଉଡର ମିଶାଇ ପିଇଲେ ମନ ଶାନ୍ତ ହୁଏ ଏବଂ ଶୋଇବାରେ ସୁବିଧା ହୁଏ। ଅଧିକ ପରିମାଣରେ ଜାଇଫଳ ବ୍ୟବହାର କରିବା ଏଡ଼ାନ୍ତୁ, କାରଣ ଏହା ଅତ୍ୟଧିକ ମାତ୍ରାରେ କ୍ଷତିକାରକ ହୋଇପାରେ।

    କେମିତି ପ୍ରସ୍ତୁତ କରିବେ?
    ଏକ ଗ୍ଲାସ ଗରମ ଦୁଧରେ ଉପରୋକ୍ତ ତିନୋଟି ଜିନିଷ ମଧ୍ୟରୁ ଗୋଟିଏ ମିଶାଇ ରାତିରେ ଶୋଇବାର ୩୦ ମିନିଟ ପୂର୍ବରୁ ପିଅନ୍ତୁ। ଏହା ପାଇଁ ଗାଈ ଦୁଧ ବା ବାଦାମ ଦୁଧ ବ୍ୟବହାର କରିପାରନ୍ତି। ଅଧିକ ସ୍ୱାଦ ପାଇଁ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରନ୍ତି।

    ଅନ୍ୟାନ୍ୟ ଉପାୟ:
    ରାତିରେ ମୋବାଇଲ ଓ ଲାପଟପ ବ୍ୟବହାର କମାନ୍ତୁ, କାରଣ ନୀଳ ଆଲୋକ ନିଦକୁ ବାଧା ଦେଇଥାଏ।

    ନିୟମିତ ସମୟରେ ଶୋଇବା ଓ ଉଠିବା ଅଭ୍ୟାସ ଗଢ଼ନ୍ତୁ।

    ଶୋଇବା ପୂର୍ବରୁ ଧ୍ୟାନ ବା ଗଭୀର ନିଶ୍ୱାସ ଅଭ୍ୟାସ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ