Sunday, October 18, 2026
23.2 C
Odisha

    ଭାରତକୁ ପ୍ରତିବର୍ଷ ୧ ଲକ୍ଷ କୋଟି ସାଇବର ଆକ୍ରମଣ

    ଆଗକୁ ପଢନ୍ତୁ

    ଭାରତରେ ସାଇବର ଆକ୍ରମଣ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦୩୩ ସୁଦ୍ଧା ଭାରତରେ ପ୍ରତିବର୍ଷ ପ୍ରାୟ ଏକ ହଜାର ବିଲିୟନ ସାଇବର ଆକ୍ରମଣ ହୋଇପାରେ। ୨୦୪୭ ସୁଦ୍ଧା ଏହି ସଂଖ୍ୟା ୧୭ ହଜାର ବିଲିୟନକୁ ବୃଦ୍ଧି ପାଇପାରେ। ଏହି ବଢ଼BଥÒବା ବିପଦକୁ ନେଇ ସାଇବର ସୁରକ୍ଷା ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

    ‘ପ୍ରହାର’ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହାର ରିପୋର୍ଟ ‘ଅଦୃଶ୍ୟ ହାତ›ରେ କହିଛି ଯେ ଭାରତକୁ ଏକ ଦୃଢ଼ ତଥା ବୃହତ ଆକାରର ସାଇବର ସୁରକ୍ଷା ଯନ୍ତ୍ରର ଆବଶ୍ୟକତା ରହିଛି। ଭାରତର ଡିଜିଟାଲ ପରିବେଶ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ଭଲ କଥା, କିନ୍ତୁ ସେହି ସମୟରେ ବିପଦ ମଧ୍ୟ ବଢ଼ୁଛି। ଏମ୍ସ ଏବଂ ପ୍ରମୁଖ ବିମାନ କମ୍ପାନୀ ଉପରେ ସାଇବର ଆକ୍ରମଣ ଏହାର ସଦ୍ୟ ଉଦାହରଣ। ୨୦୨୩ରେ ଭାରତରେ ୭.୯ କୋଟିରୁ ଅଧିକ ସାଇବର ଆକ୍ରମଣ ହୋଇଥିଲା। ୨୦୨୨ ତୁଳନାରେ ଏହି ସଂଖ୍ୟା ୧୫ ପ୍ରତିଶତ ଅଧିକ। ବିଶ୍ୱରେ ସର୍ବାଧିକ ସାଇବର ଆକ୍ରମଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ଚଳିତବର୍ଷ ଏହି ସାଇବର ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ୨୦୨୪ ର ପ୍ରଥମ ତ୍ରୈମାସିକରେ ୫୦୦ ନିୟୁତରୁ ଅଧିକ ସାଇବର ଆକ୍ରମଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ହୋଇଥିବା ସାଇବର ଆକ୍ରମଣ ୨୦୨୩ର ସମାନ ସମୟ ତୁଳନାରେ ୪୬ ପ୍ରତିଶତ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ