Thursday, April 2, 2026
26 C
Odisha

    ଭାରତକୁ ମହଙ୍ଗା ପଡିଲା ଇରାନ ସହ ସମ୍ପର୍କ

    ଆଗକୁ ପଢନ୍ତୁ

    ମହଙ୍ଗା ପଡିଲା ଇରାନ ସହ ସମ୍ପର୍କ। ଭାରତର ୩ ଫାର୍ମ ସମେତ ୧୨ରୁ ଅଧିକ କମ୍ପାନୀ, ବ୍ଯକ୍ତିବିଶେଷ ଓ ଜାହାଜ ଉପରେ କଟକଣା ଲଗାଇଲା ଆମେରିକା। ଇରାନ ସହ ବେଆଇନ କାରବାର, ମାନବବିହୀନ ବାୟୁ ଯାନ ବା ୟୁଏଭି ହସ୍ତାନ୍ତର ଆଦି କାରଣରୁ ଏହି ପଦକ୍ଷେପ ନିଆଯାଇଛି। ୟୁକ୍ରେନରେ ଯୁଦ୍ଧ ଚାଲିଥିବାବେଳେ ରୁଷିଆକୁ ଇରାନୀୟ ୟୁଏଭି ବିକ୍ରି କରିବା ଅଭିଯୋଗ ଆମେରିକାକୁ ଉତକ୍ଷିପ୍ତ କରିଛି। ଇରାନର ବିଭିନ୍ନ ବ୍ଯାବସାୟିକ କାର୍ଯ୍ୟକଳାପ ତଦାରଖ କରୁଥିବା ସାହାରା ଥଣ୍ଡର ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଭାରତର ଜେନ ସିପିଙ୍ଗ, ପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଜ, ସି ଆର୍ଟ ସିପ୍ ମ୍ଯାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ଉପରେ ଏହି କଟକଣା ଜାରି ହୋଇଛି। ଇରାନ ପ୍ରତିରରକ୍ଷା ମନ୍ତ୍ରାଳୟ ଓ ଆର୍ମଡ ଫୋର୍ସେସ ଲଜିଷ୍ଟିକ୍ସ ପକ୍ଷରୁ ବିକ୍ରିବଟା ଦାୟିତ୍ବ ନେଇଥିବା ଇରାନୀୟ ସାମରିକ ସଂସ୍ଥା ସାହାରା ଥଣ୍ଡର ପକ୍ଷରୁ ଚୀନ, ରୁଷିଆ, ଭେନିଜୁଏଲାକୁ ସାମରିକ ଅସ୍ତ୍ରଶସ୍ତ୍ର ଓ ଅନ୍ଯାନ୍ଯ ସାମଗ୍ରୀ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଇରାନସ୍ଥିତ ଏସିଆ ମେରାଇନ କ୍ରାଉନ ଏଜେନ୍ସି ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ