Friday, October 16, 2026
28.4 C
Odisha

    ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର ଚିପ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ମେଡ-ଇନ-ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ସେମିକଣ୍ଡକ୍ଟର ଚିପ୍ ତିଆରି ହେବ। ଏହା ସହ ଦେଶ ଏବେ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

    ସ୍ମାର୍ଟଫୋନ୍, କମ୍ପ୍ୟୁଟର, ମେଡିକାଲ ଉପକରଣ ଭଳି ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶରେ ସେମିକଣ୍ଡକ୍ଟର ଚିପ୍ ବ୍ୟବହାର ହୋଇଥାଏ । ଏ ପର୍ଯ୍ୟନ୍ତ ଭାରତ ଏହି ଚିପ୍‍ଗୁଡ଼ିକୁ ବିଦେଶରୁ ଆମଦାନୀ କରୁଥିଲା । ଯାହା ଦେଶର ଅର୍ଥନୀତି ଏବଂ ସୁରକ୍ଷା ପାଇଁ ଏକ ବଡ଼ ନିର୍ଭରତା ସୃଷ୍ଟି କରିଥିଲା । ଏହା ଦେଶରେ ଉତ୍ପାଦନ କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ବିଶ୍ୱ ବଜାରରେ ଭାରତର ସ୍ଥାନକୁ ସୁଦୃଢ଼ କରିବ। ଏହି ଉଦ୍ୟୋଗ ସଫଳ ହେଲେ, ଭାରତ କେବଳ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବ ନାହିଁ। ବରଂ ବିଶ୍ୱରେ ଏକ ପ୍ରମୁଖ ପ୍ରଯୁକ୍ତି ଶକ୍ତି ଭାବେ ଉଭା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରିଛି । 5G ପ୍ରଯୁକ୍ତି ଦେଶରେ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ବେଳେ, 6G ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ପ୍ରଯୁକ୍ତି ଭାବେ ବିବେଚିତ ହେଉଛି । 6G ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଇଣ୍ଟରନେଟ ଅଫ ଥିଙ୍ଗ୍ସ (IoT), ଏବଂ ଅଗମେଣ୍ଟେଡ ରିଆଲିଟି (AR) ଭଳି କ୍ଷେତ୍ରଗୁଡ଼ିକରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଭାରତ ବର୍ତ୍ତମାନ ବିଶ୍ବର ୧୦୦ଟି ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନି କରିବାକୁ ଯାଉଛି । ଯାହାର ସଫଳତା ସହିତ ଜଡିତ କାର୍ଯ୍ୟକ୍ରମ ଦୁଇ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଆୟୋଜିତ ହେଉଛି ।

    ଅନ୍ୟପଟେ ଭାରତର ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ପ୍ରଶଂସା କରି କହିଛନ୍ତି ଯେ, ଭାରତ ବିଶ୍ବକୁ ଧୀର ଅଭିବୃଦ୍ଧି ହାରରୁ ବାହାର କରିବାର ସ୍ଥିତିରେ ଅଛି । ଆମେ ଏପରି ଲୋକ ଯେଉଁମାନେ ଦ୍ରୁତ ପ୍ରବାହିତ ଧାରାକୁ ମଧ୍ୟ ପରିବର୍ତ୍ତନ କରିପାରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ