Monday, September 7, 2026
31 C
Odisha

    ଭାରତରେ ଧରାପଡ଼ିଲା ଆମେରିକାର ମୋଷ୍ଟ ୱାଣ୍ଟେଡ୍, ୫ କୋଟିର ଠକେ

    ଆଗକୁ ପଢନ୍ତୁ

    ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଫ୍ରଡ୍ ଭାରତରେ ଗିରଫ । ବଡ ଧରଣର ଠକେଇ ମାମଲାର ଅଭିଯୁକ୍ତ ମଞ୍ଜିତ ସିଂହ ବେଦୀଙ୍କୁ ଭାରତରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆମେରିକୀୟ ସରକାରୀ ଯୋଜନାରେ ୬ ଲକ୍ଷ ଡଲାରରୁ ଅଧିକ ଠକେଇ କରିଥିବା ଅଭିଯୋଗ ରହିଛି । ବେଦୀଙ୍କ ଗିରଫଦାରୀ ପାଇଁ ଆମେରିକୀୟ ସରକାର ୧.୫ ଲକ୍ଷ ଡଲାର, ଅର୍ଥାତ୍ ପ୍ରାୟ ୧.୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

    FBI ନିର୍ଦ୍ଦେଶକ କାଶ୍ ପଟେଲ ନିଜେ ମଞ୍ଜିତ ସିଂହ ବେଦୀଙ୍କ ଗିରଫ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବେଦୀଙ୍କୁ ଭାରତରେ ଗିରଫ କରାଯାଇଛି । ସେ ଗତବର୍ଷ ଆମେରିକାରୁ ଭାରତକୁ ପଳାଇ ଆସିଥିବା ଜଣାପଡ଼ିଥିଲା । ଏବେ FBI ତାଙ୍କୁ ଆମେରିକା ଫେରାଇ ନେବା ପାଇଁ ତାତ୍ପରତାର ସହ କାମ କରୁଛି ।

    କ’ଣ ରହିଛି ପୂରା ମାମଲା?
    FBI ଅନୁଯାୟୀ, ମଞ୍ଜିତ ସିଂହ ବେଦୀ ୱାଶିଂଟନ୍‌ର ଟାକୋମା ଅଞ୍ଚଳରେ ଏକ ଛୋଟ ଦୋକାନ ଚଳାଉଥିଲେ । ସେ ଆମେରିକାର ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ୍ (SNAP) ଅଧୀନରେ ମିଳୁଥିବା ସରକାରୀ ବେନିଫିଟ୍ କାର୍ଡର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି । ସେ ଗ୍ରାହକଙ୍କ SNAP କାର୍ଡରୁ ଟଙ୍କା କାଟି ନେଉଥିଲେ । ତାବଦଳରେ ରାସନ ଦେବା ପରିବର୍ତ୍ତେ ନଗଦ ଟଙ୍କା ଦେଉଥିଲେ । ଏହି କାରବାରରେ ସେ ମୋଟ ଟଙ୍କାର ପ୍ରାୟ ଅଧା ନିଜ ପାଖରେ ରଖୁଥିଲେ ।

    ମାର୍ଚ୍ଚ ୨୦୨୪ରୁ ଜୁନ୍ ୨୦୨୫ ମଧ୍ୟରେ ବେଦୀ ଆମେରିକୀୟ ସରକାରଙ୍କୁ ଅତି କମରେ ୬ ଲକ୍ଷ ଡଲାରର ଠକେଇ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ୱାୟାର୍ ଫ୍ରଡ୍ ଏବଂ SNAP ବେନିଫିଟ୍ ଫ୍ରଡ୍ ଭଳି ମାମଲା ରୁଜୁ ହୋଇଛି ।

    ଜାମିନ ପାଇବା ପରେ ଫେରାର:
    ମାମଲା ରୁଜୁ ହେବା ପରେ ଅଦାଲତ ତାଙ୍କୁ ଗିରଫ ନକରି ମଧ୍ୟ ହାଜର ହେବାକୁ ଅନୁମତି ଦେଇଥିଲେ । ତାଙ୍କୁ ପାସପୋର୍ଟ ଜମା କରିବା ସହ ୱାଶିଂଟନ୍ ରାଜ୍ୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସତ୍ତ୍ୱେ ବେଦୀ ଗାଡ଼ି ଚଳାଇ କାନାଡା ସୀମା ପାର କରିଥିଲେ । ପରେ ସେ କାନାଡାରୁ ଭାରତକୁ ପଳାଇ ଆସିଥିବା ଜଣାପଡ଼ିଛି । ଏହାପରେ ଆମେରିକାର ଜିଲ୍ଲା ଅଦାଲତ ମେ’ ୨୧ ତାରିଖରେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    62 %
    3.3kmh
    67 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ