Thursday, October 8, 2026
22.5 C
Odisha

    ଭାରତର ପରୀକ୍ଷା କଲା ହାଇପରସୋନିକ କ୍ଷେପଣାସ୍ତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଏକ ନୂଆ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନାମ ହେଉଛି ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରସନ୍ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ରର ବିଶେଷତ୍ୱ ହେଉଛି ଏହା ଶବ୍ଦଠାରୁ ଆଠଗୁଣ ଦ୍ରୁତ ଗତିରେ ଯାଇପାରିବ । ଏହି କ୍ଷେପଣାସ୍ତ୍ର ୧୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଡିଆରଡିଓ ଏହି କ୍ଷେପଣାସ୍ତ୍ରକୁ ପ୍ରୋଜେକ୍ଟ ବିଷ୍ଣୁ ଅଧୀନରେ ବିକଶିତ କରିଛି। ଏହି ପରୀକ୍ଷଣ ଏପରି ସମୟରେ ହୋଇଛି ଯେତେବେଳେ ବିଶ୍ୱରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଏହାର ପ୍ରତିରକ୍ଷା କ୍ଷମତାକୁ ଆଧୁନିକୀକରଣ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛି। ହାଇପରସୋନିକ୍ ମିସାଇଲ୍ ହେଉଛି ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯାହା ଶବ୍ଦର ବେଗରୁ ପାଞ୍ଚ ଗୁଣରୁ ଅଧିକ ବେଗରେ (ମାକ୍ ୫ ବା ତା’ଠାରୁ ଅଧିକ) ଗତି କରିପାରେ। ଏହା ଅତି କ୍ଷୀପ୍ର ଗତି ଏବଂ ଚତୁର ନାଭିଗେସନ୍ କ୍ଷମତା ଯୋଗୁଁ ଶତ୍ରୁର ପ୍ରତିରକ୍ଷା ବ୍ୟବସ୍ଥାକୁ ଅତି ସହଜରେ ଏଡ଼ାଇ ଦେଇପାରେ। ଏହି ମିସାଇଲ୍ଗୁଡ଼ିକ ଅତ୍ୟନ୍ତ ସଠିକତାର ସହ ଲକ୍ଷ୍ୟସ୍ଥଳରେ ଆଘାତ କରିପାରେ ଏବଂ ସାଧାରଣତଃ ଯୁଦ୍ଧାସ୍ତ୍ର ବା ପାରମାଣବିକ ଅସ୍ତ୍ର ବହନ କରିବା ପାଇଁ ଡିଜାଇନ୍ କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ