Sunday, September 13, 2026
23 C
Odisha

    ଭାରତୀୟ ର‌୍ୟୁମାଟୋଲୋଜି ଆସୋସିଏସନ୍ ଓଡ଼ିଶା ଶାଖା ବାର୍ଷିକ ସମ୍ମିଳନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୮/୦୯ : ପୁରୀରେ ସେପ୍ଟେମ୍ବର ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାଂଚଳ ର‌୍ୟୁମାଟୋଲୋଜି ଆସୋସିଏସନ୍ (ଇଜ୍‌୍ରାକନ୍‌) ଓ ଭାରତୀୟ ର‌୍ୟୁମାଟୋଲୋଜି ଆସୋସିଏସନ୍ ଓଡ଼ିଶା ଶାଖାର ୩ ଦିନିଆ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ସଂପୃକ୍ତ ବିଭାଗୀୟ ମୁଖ୍ୟ ତଥା ଓଡ଼ିଶା ଶାଖା କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର (ଡାକ୍ତର) ପ୍ରଦୀପ ଶେଖର ପାତ୍ର ଓ କାର୍ଯ୍ୟକାରୀ ଯୁଗ୍ମ ସମ୍ପାଦକ ଡା. ରଶ୍ମି ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
    ଏସ୍‌ସିବିର ର‌୍ୟୁମାଟୋଲୋଜି ବିଭାଗ ପ୍ରଫେସର (ଡାକ୍ତର) ବିଦ୍ୟୁତ କୁମାର ଦାସ ଏବଂ କିମ୍‌ସର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ଡା. ରାମନାଥ ମିଶ୍ର ସାଇନ୍‌ଟିଫିକ୍ ପ୍ରୋଗ୍ରାମ ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଓ ତଥା ଜାତୀୟସ୍ତରୀୟ ବିଶେଷଜ୍ଞମାନେ ର‌୍ୟୁମାଟୋଲୋଜି ଚିକିତ୍ସା ଉପରେ ମତ ରଖିଥିଲେ ।
    ଏହି କାର୍ଯ୍ୟକ୍ରମରେ ପ୍ରଫେସର ଆର୍‌ଏନ୍ ରଥ ବକ୍ତୃତା ଉପସ୍ଥାପନା କରିଥିଲେ ନୂଆଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍ ର‌୍ୟୁମାଟୋଲୋଜି ବିଶେଷଜ୍ଞ ରୋହିନୀ ହଣ୍ଡା । କୋଲକାତା ବି.ଆର୍ ସିଂ ହସ୍ପିଟାଲ୍‌ର ମେଡିସିନ୍ ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପରାମର୍ଶଦାତା ଡାକ୍ତର ଶ୍ରାବଣୀ ରୁଦ୍ର ସେନ୍‌ଗୁପ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
    କାର୍ଯ୍ୟକ୍ରମର ପ୍ରଥମ ଦିନରେ ପୁରୀ ସ୍ଥିତ ଜଗନ୍ନାଥ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କୁ ସିଏମ୍‌ଇ ସେସନ୍‌ରେ ର‌୍ୟୁମାଟୋଲୋଜି ଚିକିତ୍ସା, କାରଣ, ନିରାକରଣ ଓ ସଚେତନତା ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀରେ ୧୧ଟି ପୂର୍ବାଂଚଳ ରାଜ୍ୟରୁ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ଡା. ଅମିତ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ