Sunday, September 13, 2026
23 C
Odisha

    ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନକୁ ନେଇ ରାଜନୀତି ଆରମ୍ଭ: ନବୀନଙ୍କ କଡ଼ା ସମାଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜର୍ସିର ରଙ୍ଗ ନୀଳ ଥିଲା । ଯାହା ଏବେ ଗେରୁଆ ରଙ୍ଗର ହୋଇଛି । ଅନେକ ପୂର୍ବତନ ଖେଳାଳି ଏବଂ ରାଜନେତା ନୂଆ ଜର୍ସିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

    ନବୀନ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଗତ ଅଢ଼େଇ ବର୍ଷ ହେବ କେବଳ ରାଜନୀତି ହିଁ କରି ଆସିଛି । ରଙ୍ଗ ବଦଳାଇବା, ନାଁ ବଦଳାଇବା ଛଡ଼ା ଆଉ କିଛି କରିନାହିଁ । ଓଡ଼ିଶା ଯେହେତୁ ସ୍ପଂସର୍ ହକିର ସେ ଏହାର ରଙ୍ଗ ବଦଳେଇ ଦେଲେ । ସେ ଆହୁରି କହିଛନ୍ତି ଯେ, ଦଶନ୍ଧୀ ଦଶନ୍ଧୀ ଧରି ନୀଳ ରଙ୍ଗ ବିଶ୍ୱାସ, ଆଶା ଏବଂ ଭରସାର ପ୍ରତୀକ ହୋଇ ରହିଥିଲା । ଏହି ରଙ୍ଗରେ ହକି ଟିମ୍ କାନ୍ଦିଛି, ହସିଛି ଏବଂ ଉତ୍ସବ ମନାଇଛି । ନୀଳ ଜର୍ସି ପିନ୍ଧି ଦଳ ଅଲମ୍ପିକରେ ପଦକ ଜିତିଛି । ଦଳ ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ସଙ୍ଗୀତ ଗାନ କରିଛି । ଏହି ନୀଳ ରଙ୍ଗ ଭାରତୀୟ ପତାକାରେ ଥିବା ଅଶୋକ ଚକ୍ରରୁ ଆସିଛି । ଏହା ଦେଶର ଗର୍ବ ଏବଂ ପରିଚୟର ପ୍ରତୀକ ।

    ଯେତେବେଳେ ଭାରତୀୟ ହକି ଦଳ ସଙ୍ଘର୍ଷ କରୁଥିଲା ସେତେବେଳେ ଓଡିଶା ସରକାର ଏହାର ସହଯୋଗ ପାଇଁ ହାତ ବଢାଇଥିଲେ । ଓଡିଶା ସରକାର ହକି ଟିମର ସ୍ପନସରସିପ୍ ନେଇଥିଲେ । ଏହାକୁ ନେଇ ବିଶ୍ୱର କୋଣଅନୁକୋଣରେ ରହୁଥିବା ଓଡିଆ ଗର୍ବ କରନ୍ତି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲମ୍ପିକରେ ପଦକ ଜିତିଥିଲା । କିନ୍ତୁ ଓଡିଶାରେ ସରକାର ପରିବର୍ତ୍ତନ ହେଲା ପରେ ଦଳୀୟ ଜର୍ସିର ରଙ୍ଗରେ ପରିବର୍ଦ୍ଦନ ଗ୍ରହଣୀୟ ନୁହେଁ । ଏହା ହେଉଛି ହୀନ ରାଜନୀତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ