Friday, October 2, 2026
22.2 C
Odisha

    ଭାରତ ଉପରେ ଆହୁରି ଆକ୍ରମଣର ସଙ୍କେତ ଦେଇଛନ୍ତି ଗୁଇନ୍ଦା ସଂସ୍ଥା: ବୈଦେଶିକ ସଚିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସଙ୍କେତ ଦେଇଥିବା ଆଜି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି । ‘ଅପରେସନ ସିନ୍ଦୂର’ ପରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ପହଲଗାଓଁ ଆକ୍ରମଣକୁ ୨୬/୧୧ ଆକ୍ରମଣ ପରେ ସବୁଠୁ ବର୍ବର ଆକ୍ରମଣ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଆକ୍ରମଣ ସ୍ପଷ୍ଟ ଭାବେ ଜମ୍ମୁ-କାଶ୍ମୀରର ସ୍ୱାଭାବିକ ସ୍ଥିତିକୁ ବ୍ୟାହତ କରିବା ପାଇଁ କରାଯାଇଥିଲା। ଗତ ବର୍ଷ ୨.୨୫ କୋଟିରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଆସିଥିଲେ। ଜମ୍ମୁ-କାଶ୍ମୀରକୁ ପଛୁଆ କରି ରଖିବା ଆକ୍ରମଣର ମୂଳ ଉେଦ୍ଦେଶ୍ୟ ଥିଲା। ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇବା ପାଇଁ ମଧ୍ୟ ଏହି ଆକ୍ରମଣ କରାଯାଇଥିଲା। ମିସ୍ରି କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଆମର ଗୁଇନ୍ଦା ସଂସ୍ଥାଗୁଡ଼ିକ ପୂର୍ବରୁ ସୂଚିତ କରିଛନ୍ତି ଯେ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ। ତେଣୁ ଏହାକୁ ରୋକିବା ଏବଂ ମୁକାବିଲା କରିବା ଆବଶ୍ୟକ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ