Sunday, October 18, 2026
29.7 C
Odisha

    ଭାରତ ଉପରେ ଲାଗିପାରେ ୫୦୦ ପ୍ରତିଶତ ଶୁଳ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ବିଲକୁ ସବୁଜ ପତାକା ଦେଖାଇଛନ୍ତି। ଏହି ବିଲ୍ ଅନୁସାରେ ଯେଉଁ ଦେଶଗୁଡିକ ରୁଷ୍‌ଠୁ ପେଟ୍ରୋଲିୟମ ପଦାର୍ଥ କ୍ରୟ କରୁଛନ୍ତି ସେମାନଙ୍କ ଉପରେ ସର୍ବାଧିକ ଶୁଳ୍କ ଲଗାଇବାକୁ ୱାଶିଂଟନକୁ ଅନୁମତି ମିଳିଛି। ଅର୍ଥାତ୍ ଭାରତ ଉପରେ ମଧ୍ୟ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇପାରେ। ଟ୍ରମ୍ପଙ୍କ ଏହି ପଦକ୍ଷେପ ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ବିଗିଡିବା ଆଶଙ୍କା ରହିଛି। ଆମେରିକୀୟ ସିନେଟର ଲିଣ୍ଡେସ ଗ୍ରାହମ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ମଞ୍ଜୁରୀ ପରେ ଏହି ବିଲ୍ ଉଭୟ ପାର୍ଟିର ମଞ୍ଜୁରୀ ଅପେକ୍ଷାରେ ରହିଛି। ଆଗାମୀ ସପ୍ତାହରେ ଏଥିରେ ମତଦାନ ହେବ।

    ଆମେରିକୀୟ କଂଗ୍ରେସର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ବିଲ୍ ମଞ୍ଜୁରୀ ପରେ ଯେଉଁ ଦେଶଗୁଡିକ ରୁଷ୍ ସହିତ ୟୁରେନିୟମ ଓ େପଟ୍ରୋଲିୟମ ଉତ୍ପାଦ ଆଦାନ ପ୍ରଦାନରେ ସାମିଲ ଅଛନ୍ତି ସେହି ଦେଶରୁ ଆମେରିକା ଯାଉଥିବା ସମସ୍ତ ସାମଗ୍ରୀ ଓ ସେବା ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରାଯିବ। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଭାରତ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। ଏଥିସହିତ ଏହି ବିଲ୍ ଚୀନ୍ ଓ ବ୍ରାଜିଲ୍ ପାଇଁ ମଧ୍ୟ ବିପଜ୍ଜନକ ହୋଇପାରେ। ଟ୍ରମ୍ପ ଭାରତ ଉପରେ ରୁଷଠୁ ତେଲ କିଣିବାକୁ ନେଇ ପୂର୍ବରୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଯାହା ସମୁଦାୟ ୫୦ ପ୍ରତିଶତରେ ପହଞ୍ଚିଛି। ସିନେଟର ଗ୍ରାହମ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ସିଧାସଳଖ ଭାରତ, ଚୀନ୍ ଓ ବ୍ରାଜିଲ୍ ନାଁ ନେଇଛନ୍ତି। ଏହି ଦେଶ ଗୁଡିକୁ ରୁଷଠୁ ଶସ୍ତା ତେଲ କ୍ରୟରୁ ବିରତ ରହିବାକୁ ବାଧ୍ୟ କରିବା ପାଇଁ ଏଭଳି ନିୟମ କରାଯାଇଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ