Friday, October 2, 2026
22.2 C
Odisha

    ଭାରତ ସୀମାରେ ବଙ୍କର ତିଆରି କଲା ବାଂଲାଦେଶର ବର୍ଡର ଗାର୍ଡ୍ସ

    ଆଗକୁ ପଢନ୍ତୁ

    ମାଲଦା: ବାଂଲାଦେଶର ଦୁଃସାହସ ଦିନକୁ ଦିନ ବଢିଚାଲିଛି। ପୂର୍ବରୁ ସୀମାରେ ଭାରତର ବାଡ଼ ନିର୍ମାଣ କାମରେ ପ୍ରତିବନ୍ଧକ ସୃଷ୍ଟି କରିବା ପରେ ବାଂଲାଦେଶର ସୀମା ସୁରକ୍ଷା ବାହିନୀ (ବର୍ଡର ଗାର୍ଡ୍ସ) ଏବେ ସୀମାରେ ବଙ୍କର ନିର୍ମାଣ କାମ ଆରମ୍ଭ କରିଛି । ଏହା ସହିତ ସୀମାବର୍ତ୍ତି ଇଲାକାର କୃଷକମାନଙ୍କୁ ଗୁଳିମାରିବାକୁ ଧମକ ଦେଇଛି ବର୍ଡର ଗାର୍ଡସ ।

    ସୂଚନା ଅନୁସାରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ସୁଖଦେବପୁର ଗାଁ ନିକଟରେ ସୀମାର ଜିରୋ ପଏଣ୍ଟରେ ବାଂଲାଦେଶ ଏକ ବଙ୍କର ନିର୍ମାଣ କରିଛି। ସୀମାରେ ଥିବା ଭାରତୀୟ କୃଷକମାନେ ଅଭିଯୋଗ କରିଛନ୍ତି ଯେ ବର୍ଡର ଗାର୍ଡସ ବାଂଲାଦେଶ ବଙ୍କର ନିର୍ମାଣ କରିଛି ଏବଂ ଅସ୍ତ୍ରଶସ୍ତ୍ର ଧରି ସେଠାରେ ରହୁଛନ୍ତି।

    ଯେତେବେଳେ ଭାରତୀୟ କୃଷକମାନେ ବିଏସଏଫ ସହ ମିଶି ବାଡ଼ ଲଗାଇବା ପାଇଁ କାମ କରିବାକୁ ଯାଆନ୍ତି, ସେତେବେଳେ ବାଂଲାଦେଶ ତରଫରୁ ଆପତ୍ତି ଉଠିଥାଏ । ବିଜିବି ତରଫରୁ ଗୁଳିମାଡ଼ ପାଇଁ ଧମକ ମଧ୍ୟ ଦିଆଯାଇଛି । କୃଷକମାନେ କହୁଛନ୍ତି ଯେ ସେମାନେ ଠିକ୍ ଭାବରେ ଚାଷ କରିପାରୁନାହାନ୍ତି। ସେମାନେ ଏହା ମଧ୍ୟ କୁହନ୍ତି ଯେ ବଙ୍କରରେ ବସିଥିବା ବିଜେବି ଯବାନମାନେ ବାଂଲାଦେଶୀମାନଙ୍କୁ ଭାରତୀୟ ଜମିରେ ଫସଲ ଅମଳ କରିବାକୁ ଉତ୍ସାହିତ କରନ୍ତି । ଏହା ଦ୍ୱାରା ମାନସିକ ଚାପ ବଢ଼ିଥାଏ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ