Friday, October 2, 2026
28.6 C
Odisha

    ଭାରସାମ୍ୟ ହରାଇ ଓଲଟିଲା କାର୍‌ , ଜଣେ ମୃତ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼  :  ସୁନ୍ଦରଗଡ଼-ଏମସିଏଲ ରାସ୍ତା ବନ୍ଧପାଲି ଇବସେତୁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଫର୍ଚୁନର୍‌ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। କାର୍‌ ତଳେ ଚାପି ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ସୁନ୍ଦରଗଡ ପତ୍ରାପଡାର ସମ୍ପନ୍ନ ପାଣିଗ୍ରାହୀ (୧୭) ବୋଲି ଜଣାପଡିଛି। ବିଜୟ ଟକିଜରୋଡ୍‌ରେ ତାଙ୍କର ଏକ ରେଷ୍ଟୁରାଣ୍ଟ ରହିଛି। ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।

    ସେଠାରୁ ପରିବାର ଲୋକେ ‌ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ। ସନ୍ଧ୍ୟାରେ କାର୍‌ ରେ ୩ ଜଣ ଯୁବକ ବନ୍ଧପାଲି ପଟୁ ସୁନ୍ଦରଗଡ଼ ଆସୁଥିଲେ। ସେତୁ ପୂର୍ବ ବୁଲାଣିରେ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକେ କାରରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ