Monday, October 19, 2026
21.6 C
Odisha

    ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ ଟ୍ରାଙ୍କୁଲାଇଜର ଇଞ୍ଜେକ୍ସନ ବାଜି ବିରାଶାଳ ଫରେଷ୍ଟର ଦୀପକ ସାହୁ (୪୨) ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କେରଜୋଳି ଗ୍ରାମରେ ଉପଦ୍ରବ କରୁଥବା ଭାଲୁ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାରୁ ଭାଲୁକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ତେଣୁ ଭାଲୁର ଗତିବିଧିକୁ ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜର କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବନବିଭାଗର ଜଣେ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜର କରୁଥିବା ବେଳେ ସେଠାରେ ଉପସ୍ଥିତ ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡା. ସଂଗ୍ରାମ କେଶରୀ ଭୋଳ କହିଛନ୍ତି, ପରଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ଫରେଷ୍ଟର ଗୁରୁତର ଆହତ ହୋଇ ଆସିଥିଲେ। ତାଙ୍କର ଚିକିତ୍ସା କରାଯାଇଛି। ଏଠାରେ ଆଇସିୟୁ ନାହିଁ। ତାଙ୍କଠାରେ ଯେଉଁ ଇଞ୍ଜେକ୍ସନ ଲାଗିଛି, ସେଥିରେ କ’ଣ ଔଷଧ ଲାଗିଛି, ତାହା ଜାଣିବା ପାଇଁ ଏବଂ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ