Friday, October 2, 2026
29.9 C
Odisha

    ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର! ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର!। ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ପରେ ତାଙ୍କ ସ୍ଥାନରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି ଏବଂ ସେହି ଟଙ୍କାକୁ ଭିଜିଲାନ୍ସ ଜବତ କରିଛି।

    ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଓରେଡା ସହକାରୀ ନିର୍ଦ୍ଦେଶକ । ୧୦ ହଜାର ଟଙ୍କା ନେଇଥଇଲେ ଲାଞ୍ଚ । ସହକାରୀ ନିର୍ଦ୍ଦେଶକ ହେଲେ ସୀମାଦ୍ରୀ ଶ୍ରୀକାନ୍ତ ରାଓ । କଟକ ୱାଲମୀ ରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ବକେୟା ଅର୍ଥ ରିଲିଜ ପାଇଁ ଲାଞ୍ଚ ମାଗିଥିଲେ । ୩୦ ହଜାର ଲାଞ୍ଚ ଦାବି କରିଥିଲେ ସହକାରୀ ନିର୍ଦ୍ଦେଶକ । ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟ୍ରାପ ପରେ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଥିଲା ଭିଜିଲାନ୍ସ ।

    ସୌରଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ବକେୟା ବିଲ୍ ପ୍ରଦାନ ପାଇଁ, ସଂସ୍ଥା ପକ୍ଷରୁ କାର୍ଯ୍ୟନିର୍ବାହୀ ବ୍ୟକ୍ତି କିଛି ସମୟ ଧରି ସହକାରୀ ନିର୍ଦ୍ଦେଶକ ଶ୍ରୀ ରାଓଙ୍କୁ ଅନୁରୋଧ କରିଆସୁଥିଲେ। କିନ୍ତୁ, କାର୍ଯ୍ୟ ସମାପ୍ତ ହେବା ପରେ ମଧ୍ୟ ଏଜେନ୍ସିର ସପକ୍ଷରେ ବକେୟା ରାଶି ପ୍ରଦାନ ପାଇଁ କାର୍ଯ୍ୟଦକ୍ଷତା ପ୍ରମାଣପତ୍ରରେ ସ୍ୱାକ୍ଷର କରିବା ପାଇଁ କାର୍ଯ୍ୟନିର୍ବାହୀ ବ୍ୟକ୍ତିଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ